ଵାଲ୍ ଗୋପାଲ୍ ସେବା ନିକେତନରେ ରକ୍ଷାବନ୍ଧନ ଉତ୍ସବ ପାଳିତ

ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବାଲ୍ ଗୋପାଲ୍ ସେବା ନିକେତନ ପରିସରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନ୍ତେବାସୀ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭବାନୀପାଟଣା ସେବା କେନ୍ଦ୍ରର ମୁଖ୍ୟ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଶଶି ଭଉଣୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ରକ୍ଷାବନ୍ଧନ ପର୍ବର ମହତ୍ତ୍ଵ ଓ ଏହାର ଆଧ୍ୟାତ୍ମିକ ଦିଗ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ରୂପେ ରାଜଲକ୍ଷ୍ମୀ ଦାଶ, ସୁରକ୍ଷା ଅଧିକାରୀ, ଅଣ‌ଆନୁଷ୍ଠାନିକ ଯତ୍ନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, କଳାହାଣ୍ଡି ଯୋଗଦାନ କରି ପିଲାମାନଙ୍କ ଜୀବନରେ ରାଷୀ ପର୍ବର ମହତ୍ତ୍ଵ ଓ ଭାଇଭଉଣୀଙ୍କ ପବିତ୍ର ସମ୍ପର୍କ ଉପରେ ଆଲୋକପାତ କରିଥିଲେ।

ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ଶିକ୍ଷାବିତ ସୁଶ୍ରୀ ସବିତା ପଟ୍ଟନାୟକ ଯୋଗଦାନ କରି ସାମ୍ପ୍ରତିକ ପରିସ୍ଥିତିରେ ପର୍ବପର୍ବାଣୀର ମହତ୍ତ୍ଵ ଓ ଏହାଦ୍ବାରା ଅନ୍ତେବାସୀଙ୍କ ମାନସିକ ଉନ୍ନତି ଦିଗରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସ୍ୱର୍ଣ୍ଣଲତା ମହାନ୍ତି, ସଦସ୍ୟା, ଶିଶୁ ମଙ୍ଗଳ ସମିତି, କଳାହାଣ୍ଡି ଅଧ୍ୟକ୍ଷତା କରିଥିଲେ।

ଅନ୍ତେବାସୀମାନେ ସଭା ଆରମ୍ଭରେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ ଓ ସଭା ଶେଷରେ ସମାପନ ସଙ୍ଗୀତ ପରିବେଷଣ କରିଥିଲେ। ସମସ୍ତ ଅନ୍ତେବାସୀଙ୍କୁ ରାଷୀ ଵାନ୍ଧି ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଅନ୍ତେବାସୀଙ୍କ ଦ୍ଵାରା ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଂଚସ୍ଥ ହୋଇଥିଲା। ବାଲ୍ ଗୋପାଲ୍ ସେଵା ନିକେତନର ପ୍ରତିଷ୍ଠାତା ହେମନ୍ତ କୁମାର ମୁଣ୍ଡ ମଞ୍ଚ ସଞ୍ଚାଳନା କରିଥିଲେ। ଅନ୍ତେବାସୀ ମଙ୍ଗଳ ନାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଅନ୍ତେବାସୀ ସୁଜିତ୍ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.