ଭୁବନେଶ୍ୱର: ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଓଡ଼ିଆ କବି ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତାକୁ ଭିଏତନାମା କବି ମେ ହୋଆ ଡୁ ଅନୁଦିତ କରିଛନ୍ତି। ଆଜ୍ ୟୁ ଆର କମିଙ୍ଗ, ଦି ଲାଣ୍ଡ ବେନିଥ ୟୋର ଫିଟ ଏବଂ ସାଲଭେସନ କବିତା ଗୁଡିକ ଭିଏତନାମା ଭାଷାରେ ଅନୁଦିତ ହେବା ସହ ଲିଟରେଚର ଏଣ୍ଡ ଆର୍ଟ ନ୍ୟୁଜପେପେରରେ ମଧ୍ୟ ସ୍ଥାନିତ ହୋଇଛି। ଏହି କବିତା ଗୁଡିକୁ ଇଂରାଜୀରେ ଅଧ୍ୟାପକ ଗୋବିନ୍ଦ ସାହୁ ଅନୁଦିତ କରିଛନ୍ତି।ଏହି କବିତାଟି କବି ନିଆଲଙ୍କ ରଚିତ ଆନ୍ ଇନକାଉଣ୍ଟର ଉଇଥ ଡେଥ୍ ର ଅଂଶ ବିଶେଷ ଅଟେ। କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ ଭଳିଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହେବା ଏକ ଗୌରବର ବିଷୟ। ଉକ୍ତ କବିତା ଗୁଡିକୁ ଇଂରାଜୀ ଭାଷାରେ ଅଧ୍ୟାପକ ଗୋବିନ୍ଦ ସାହୁ, ଇଟାଲୀ ଭାଷାରେ କବି ଇମାନୁଏଲ ରିଜୋ, ସର୍ବିଆ ଭାଷାରେ କବି ଶୋଭା ସୋଭକା ଶୋଭିକ, ଚୀନ ଭାଷାରେ କବି ଲାଉ ଫୁ, ରୁଷ ଭାଷାରେ ଏଲିନା ଡାନିସିନା, ଫ୍ରାନ୍ସ ଭାଷାରେ ଏଲିଜା ବେଥ ପ୍ଲେନାଟୋ, ସ୍ପେନିସ ଭାଷାରେ ଆମେରିକୀୟ କବି ଏଞ୍ଜେଲ ଗୁସ୍ତାଭୋ ବେନାଭିଡିସ, ପୋଲିସ ଭାଷାରେ ପୋଲାଣ୍ଡ କବି ଜିଜନିଉ ମାଇରୋସ୍ଲୋୱସ୍କି, ଫିଲିପିନୋ ଭାଷାରେଡ଼. ଜେସୁକା ପି. ବେସିନ, ଆର୍ବିକ ଭାଷାରେ କବି ମହମ୍ମଦ ହେଲ୍ମୀ ଅଲ୍ ରିଶା ଏବଂ ଅଳବାନିୟନ ଭାଷାରେ କବି ମାରଜେତା ଶଟ୍ରୋ ରାରପାଜ୍ ଅନୁବାଦ କରିଛନ୍ତି। କବିଙ୍କ ଏହି ସଫଳତାରେ ରାଜ୍ୟ ତଥା ଜିଲ୍ଲାର ଅନେକ ମହଳରୁ ଖୁସିର ସୁଅ ଛୁଟିଛି।