ସାହିତ୍ୟିକ କବି ବନ୍ଧୁ ପରିବାରର ପ୍ରଥମ ଅର୍ଘ୍ୟ ‘ଶିଖା’ ରାଜ୍ୟପାଳଙ୍କ ଦ୍ଵାରା ଲୋକାର୍ପିତ

ଭୁବନେଶ୍ୱର: ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସାହିତ୍ୟିକ କବି ବନ୍ଧୁ ପରିବାରର ପ୍ରଥମ ଅର୍ଘ୍ୟ “ଶିଖା” ଇତି ମଧ୍ୟରେ ରାଜଭବନଠାରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ଶୁଭ ଲୋକାର୍ପଣ ହୋଇ ଯାଇଛି। ଏହି ଅବସରରେ ସେ ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ର, ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ସମେତ ସାହିତ୍ୟିକ କବି ବନ୍ଧୁ ପରିବାରର ସମସ୍ତ ସଦସ୍ୟ ତଥା ‘ଶିଖା’ରେ ଥିବା ସମସ୍ତ ବାଗ୍ମୀ ସ୍ରଷ୍ଟାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମ୍ପାଦିକା ପ୍ରଣତି ମହାପାତ୍ର ମହାମହିମ ରାଜ୍ୟପାଳଙ୍କର ଏହି ବାର୍ତ୍ତା ପରିବାରର ସମସ୍ତଙ୍କୁ ଜଣାଇବା ପରେ ସାହିତ୍ୟିକ କବି ବନ୍ଧୁ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି। ବରିଷ୍ଠ ଉପଦେଷ୍ଟା ସଂଗ୍ରାମ କେଶରୀ ସାମନ୍ତରାୟ, ସ୍ନିଗ୍ଧା ସାମନ୍ତରାୟ, ବିନୋଦିନୀ ଦାଶ, ସଞ୍ଜୟ କୁମାର ସାହୁ, ନିରୁପମା ପତି, ପ୍ରଫୁଲ୍ଲ କୁମାର ଦାସ, ବିଶ୍ଵେଶ୍ଵର ମାଝୀ, ଶିବାନନ୍ଦ ବାରିକ, ବିପିନ ବିହାରୀ ବାରିକ, ବାବାଜୀ ଚରଣ ଦାସ, ପ୍ରଫୁଲ୍ଲ କୁମାର ହୋତା, ନଗେନ୍ଦ୍ର କୁମାର ରାଉତ, ସ୍ନେହ ମିଶ୍ର, ଶରତଚନ୍ଦ୍ର ପଣ୍ଡା, ରଞ୍ଜନ କୁମାର ମହାନ୍ତି, ସାଗର କୁମାର ପରିଡ଼ା, ଜୁମରନାଥ ପାତ୍ର, ରୀତାରାଣୀ ନାୟକ, ନିରଞ୍ଜନ କରଣ, ଅଶୋକ କୁମାର ଦାସ, ଫକୀରୁଦ୍ଦୀନ ଖାଁ, ଶୁଭ୍ରାଂଶୁ ଶେଖର ମାହୁନ୍ତ, ନନ୍ଦିନୀ ରାଉତ, ରୀତା ଅପରାଜିତା, ଉମାକାନ୍ତ ଦାସ, ସମର ବଲ୍ଲଭ ଭୋଇ, ରଞ୍ଜନ କୁମାର ବ୍ରହ୍ମା ପ୍ରଭୃତି ସାହିତ୍ୟିକ ମାନେ ନିଜ ନିଜ ମଧ୍ୟରେ ମଧ୍ୟ ବେଶ୍ ଖୁସି ଓ ଶୁଭେଚ୍ଛା ଜଣାଇଛନ୍ତି। ବାଲେଶ୍ଵରରୁ ସମ୍ପାଦିକା ପ୍ରଣତି ମହାପାତ୍ର ଏବଂ ବଲାଙ୍ଗୀରରୁ ସଭାପତି ଦେବେନ୍ଦ୍ର କୁମାର ନାଏକ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.