ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

● ଶବ ବ୍ୟବେଚ୍ଛଦ ପରେ ମୃତ ଦେହକୁ ୯୬ଘଂଟା ପର୍ଯ୍ୟନ୍ତ ଶବଗୃହରେ ରଖାଯିବ, ଯଦି ମୃତକଙ୍କ ପରିଚୟ ମିଳି ନ ପାରିଲେ ପୋଲିସ ପକ୍ଷରୁ ଶବ ସତ୍କାର କରାଯିବ

ରାୟଗଡ, ୨୮|୮ (ଶିବ ନାରାୟଣ ଗୈାଡ): ରେଳ ଧାରଣାରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କରିଛି ରାୟଗଡ ସରକାରୀ ରେଳବାଇ ପୋଲିସ (ଜିଆରପି) । ତେବେ ଉଦ୍ଧାର ମୃତଦେହର ପରିଚୟ ମିଳି ପାରି ନ ଥିବା ବେଳେ ଶବ ବ୍ୟବେଚ୍ଛଦ ପରେ ମୃତ ଦେହକୁ ୯୬ଘଂଟା ପର୍ଯ୍ୟନ୍ତ ଶବଗୃହରେ ରଖାଯିବ । ଯଦି ମୃତକଙ୍କ ପରିଚୟ ମିଳି ନ ପାରିଲେ ପୋଲିସ ପକ୍ଷରୁ ଶବ ସତ୍କାର କରାଯିବ ବୋଲି ଜିଆରପି ଏଏସଆଇ ପ୍ରକାଶ ଗୈାଡ ସୂଚନା ପ୍ରଦାନ କରିଛନ୍ତି । ଏ ନେଇ ରାୟଗଡ ସରକାରୀ ରେଳବାଇ ପୋଲିସ ଥାନା କେସ ନମ୍ବର ୨୦/୨୭/୮/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଶ୍ରୀ ଗୈାଡ ସୂଚନା ଦେଇଛନ୍ତି । ରାୟଗଡ ସହରର ମା ମଝିଘରିଆଣୀ ମନ୍ଦିର ସମ୍ମୁଖ ଅପ ଲାଇନ ରେଳ ଧାରଣା ୩୪୪-୨୫ ଏବଂ ୩୪୪-୨୭ ମଧ୍ୟରେ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତ ଦେହ ପଡିଥିବା ଦେଖିବାକୁ ପାଇ ସ୍ଥାନୀୟ ଲୋକେ ଆରପିଏଫ ଓ ଜିଆରପି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଆରପିଏଫ ଏବଂ ଜିଆରପି ପୋଲିସ ପଂହଚି ଶବକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଗୁରୁବାର ବିଳମ୍ବିତ ରାତ୍ରରେ କୈାଣସି ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଇବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତେବେ ମୃତକଙ୍କ ପାଖରୁ କୈାଣସି ପରିଚୟ ପତ୍ର ମିଳି ନ ଥିବା ବେଳେ ଯୁବକଙ୍କୁ ପାଖାପାଖି ୨୫ବର୍ଷ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଥିବା ଜିଆରପି ଏଏସଆଇ ଶ୍ରୀ ଗୈାଡ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.