ଜିଲ୍ଲାପାଳଙ୍କ ବିଷମକଟକ ବ୍ଳକ ଗସ୍ତ: ବିଭିନ୍ନ ପ୍ରକଳ୍ପର ଅଗ୍ରଗତିକୁ ନେଇ କଲେ ଅନୁଧ୍ୟାନ

ରାୟଗଡ, ୨୮|୮ (ଶିବ ନାରାୟଣ ଗୈାଡ): ଜିଲ୍ଲାପାଳ ରାୟଗଡ ସରୋଜ କୁମାର ମିଶ୍ର ବିଷମକଟକ ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ପରିଦର୍ଶନ କରିବା ସହ ପ୍ରକଳ୍ପଗୁଡିକର ଅଗ୍ରଗତିକୁ ନେଇ ଅନୁଧ୍ୟାନ କରିଥିଲେ । ବେଥିଆପଡା ଗ୍ରାମ ପଂଚାୟତ ଅର୍ନ୍ତଗତ ବେଥିଆପଡା ଗ୍ରାମର ୟୁ.ଜି.ଏମ୍‌.ଇ ସ୍କୁଲ ଡାଇନିଙ୍ଗ ହଲ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ । ଯାହାକି ପାଂଚ ଲକ୍ଷ ଟଙ୍କାର ଅଟକଳ ରାଶିରେ ନିର୍ମିତ ହୋଇଛି । ଏଥି ସହ ମିଶନ ଶକ୍ତି ଗୃହ ମଧ୍ୟ ପରିଦର୍ଶନ କରି ଉକ୍ତ କାର୍ଯ୍ୟଟିକୁ ଠିକ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ଜିଲ୍ଲାପାଳ ଗ୍ରାମବାସୀଙ୍କୁ ସରକାରଙ୍କର ଜଳ ଯୋଗାଣ, ବିଦ୍ୟୁତ କରଣ, ବାର୍ଦ୍ଧକ୍ୟ ଭତ୍ତା, ପିଡିଏସ୍‌ ବଣ୍ଟନ , ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଇତ୍ୟାଦି ବ୍ୟବସ୍ଥାରେ ଉପୁଜୁଥିବା ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଛତୁ ଚାଷ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମ୍ପର୍କରେ ଫୁଲଗୁଡା ଗ୍ରାମକୁ ପରିଦର୍ଶନ କରିଥିଲେ । ମୋ ସ୍କୁଅଭିଯାନ ଅଧୀନରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଇ-ଲାବ ଏବଂ ଶୌଚାଳୟ ଇତ୍ୟାଦି ଏବଂ ଦୁର୍ଗୀ ଠାରେ ଥିବା ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ସହାୟକ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ପ୍ରଧାନ ଶିକ୍ଷକ ଉକ୍ତ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଓଡିଶା ଜୀବିକା ମିଶନ ତରଫରୁ ଝାଡୁ ଓ ତେନ୍ତୁଳି ଉତ୍ପାଦନ ମାନ ବୃଦ୍ଧି ବିଷୟରେ ଏସ୍‌.ଏଚ୍‌.ଜି ସଭ୍ୟ ମାନଙ୍କୁ ଅବଗତ କରାଇଥିଲେ । ସେମାନଙ୍କୁ ଝାଡୁ ଓ ତେନ୍ତୁଳି ପ୍ରକ୍ରିୟାରୁ ଅର୍ଥ ରୋଜଗାର କରିବାର ଉପାୟ ବୁଝାଇଥିଲେ । ଚାଟିକଣା ପରିଦର୍ଶନ କରି ସପୁରୀ ପଣସ ପ୍ରକ୍ରିୟା ୟୁନିଟ, ଚାଟିକଣାର ଭିତ୍ତିପ୍ରସ୍ତର ଅନୁଧ୍ୟାନ କରି କମ୍ୟୁନିଟିକୁ ହସ୍ତାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ । ପରିଶେଷରେ ପରିଦର୍ଶନ ସମୟରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଅତିରିକ୍ତ ପ୍ରକଳ୍ପ ଅଧିକାରୀ (ଓରମାସ) ଏବଂ ଅନ୍ୟମାନେ ଅନୁଧାବନ ହୋଇ ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରି ରାୟଗଡା ଅଭିମୁଖେ ଯାତ୍ରା କରିଥିଲେ ଜିଲ୍ଲାପାଳ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.