ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ରାୟଗଡ, ୨୮|୮ (ଶିବ ନାରାୟଣ ଗୈାଡ): ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ ଦ୍ୱାରା ଅନଲାଇନ୍ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ-ତଥା- ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକଙ୍କ ଦିଗଦର୍ଶନରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମକୁ ପ୍ରାଧିକରଣର ସମ୍ପାଦକ ମନୋରଞ୍ଜନ ମିଶ୍ର ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପରିବାର ଅଦାଲତର ବିଚାରପତି ଆଶିଷ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତିରଞ୍ଜନ ପାତ୍ର, ଅତିରିକ୍ତ ଜିଲ୍ଲା ଦୌରା ଜଜ୍(ଫାଷ୍ଟ ଟ୍ରାକ), ଗଣେଶ୍ୱର ପତି, ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ହିମାଂଶୁ ଶେଖର ବ୍ରହ୍ମା, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ମନୋରଞ୍ଜନ ଦାସ, ରେଜିଷ୍ଟ୍ରର ପ୍ରତିମା ପାତ୍ର, ବରିଷ୍ଠ ଦେୱାନି ବିଚାରପତି, ଶତରୁପା ଶତପଥୀ, ମହିଳା କୋର୍ଟ ବିଚାରପତି ସୋନାଲ ଶର୍ମା, ଅନୁବିଭାଗୀୟ ଦଣ୍ଡାଧିକାରୀ ରାଜେନ୍ଦ୍ର ପ୍ରସାଦ ଦାସ, ପ୍ରଥମ ଶ୍ରେଣୀ ବିଚାରପତି ଗୁରୁଚରଣ ଜେନାମଣି, ଗ୍ରାମ୍ୟ ନ୍ୟାୟଧିକାରୀ ସୁଭାସିନି ବେହେରା, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଡି.ଏସ୍‌.ଏସ୍‌.ଓ ଭିକ୍ଟୋରିଆ କୁଲୁ, ପ୍ରୋଟେକସନ୍ ଅଫିସର କାମାକ୍ଷା ପାଢୀ, ବ୍ଲକ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତ, ତହସିଲଦାର ଉମାଶଙ୍କର ବେହେରା, ଜିଲ୍ଲା ଚାଇଲ୍‌ଡ ପ୍ରୋଟେକ୍ସନ ଅଫିସର ରମେଶ ଚନ୍ଦ୍ର ନାୟକ, ପାରା ଲିଗାଲ ଭଲ୍ୟୁଟର, ପେନାଲ୍ ଓକିଲ, ଆଇନ୍ ସଚେତନତା କ୍ଲବର ଛାତ୍ରଛାତ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଉପସ୍ଥିତ ବକ୍ତାମାନେ ନିଜ ନିଜର ବକ୍ତବ୍ୟରେ ଅଂଶଗ୍ରହଣକାରୀ ମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଗୁଡିକ ବିଷୟରେ ଅବଗତ କରାଇବା ସଙ୍ଗେ ସଙ୍ଗେ ହିତାଧିକାରୀ ମାନେ କିପରି ଓ କେଉଁ ଠାରୁ ଏ ସମସ୍ତ ଯୋଜନା ବିଷୟରେ ଅଧିକ ଜାଣିପାରିବେ ଏବଂ ଉପକୃତ ହୋଇପାରିବ ସେ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.