କୃଷକ ଉତ୍ପାଦକ କମ୍ପାନୀ ଗଠନ

କଳାହାଣ୍ଡି, ୨୮|୮ (ନରୋତ୍ତମ ସେଲମା): କର୍ଲମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ କଂସିଲ ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ କ୍ରାଫ୍ଟକେ ପ୍ରକଳ୍ପ ଜରିଆରେ ଚାଷୀ ମାନଙ୍କୁ ନେଇ ଉତ୍ପାଦିତ ସାମଗ୍ରୀର ସଂଗଠିତ ହୋଇ କିଣା ବିକା କରି ଆର୍ଥିକ ସ୍ଥିତିକୁ ମଜବୁତ କରିବା ଉଦ୍ଧେଶ୍ୟରେ କୃଷକ ଉତ୍ପାଦକ କମ୍ପାନୀ ଗଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ଅମର କୁମାର ଗୌଡ଼ ଓ ସାଧନକର୍ମୀ ଅମ୍ବରିଷ ମିଶ୍ର ଯୋଗ ଦେଇ ଚାଷୀ ଅମଳ କରୁଥିବା ବିଭିନ୍ନ ସାମଗ୍ରୀକୁ କିଭଳି ଠିକ୍ ଦରରେ ବିକ୍ରୟ କରିପାରିବ ଏଥିପାଇଁ ଚାଷୀ ଉତ୍ପାଦକ କମ୍ପାନୀ ଗଠନର ଆବଶ୍ୟକ ଉପରେ ଆଲୋଚନା କରିଥିଲେ । ଏଥିରେ ବୋର୍ଡ ଡ଼ାଇରେକ୍ଟର ଭାବେ ଜଗନ୍ନାଥ ଭୋଇ, ଜଗନ୍ନାଥ ରଣା, ଉଗ୍ରେସନ ଧରୁଆ, ସୁର୍ଯ୍ୟ କାନ୍ତି ବନଛୋର, ଭାନୁମତି ପଧାନ, ଗୋୖରୀ ଶଙ୍କର ପାତ୍ର, ଜଳନ୍ଧର ଭୋଇ, କରୁଣା ଭୋଇ, ସବିତା ଭୋଇ, ଶ୍ରୀପତି ଭୋଇ, କିଶୋର ମାଝୀ ପ୍ରମୁଖ ମନୋନୀତ ହୋଇଥିଲେ। ଜଗଦୀଶ ପ୍ରସାଦ ରଣା କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.