ବାହାଲ ଚାଷୀ ଖୁସ୍ ଥିବା ବେଳେ ମାଳ ଜମି ଚାଷୀ କାନ୍ଦୁଛି

କଳାହାଣ୍ଡି, (ହେମନ୍ତ ସାହୁ): ବର୍ଷାରତୁ ଆରମ୍ଭରୁ ମୌସୁମୀର ଲୁଚକାଳୀ ଖେଳ ଓ ସ୍ଵଳ୍ପ ବୃଷ୍ଟିପାତ କାରଣରୁ ଚାଷୀକୂଳ ହତାଶ ହୋଇପଡ଼ିଥିବାବେଳେ ଅଣଜଳସେଚିତ ବହୁ ଚାଷଜମି ଏବେ ମଧ୍ୟ ପଡିଆ ପଡିଛି । ଧୁ ଧୁ ମୁଣ୍ଡଫଟା ଖରା ଧାରା ଶ୍ରାବଣ ମାସରେ ମଧ୍ୟ ବୈଶାଖର ଅନୁଭବ ଦେଇ ଯାଇଛି । ବର୍ଷା ଅଭାବରୁ ଚାଷକାର‌୍ଯ୍ୟ କରିନପାରି ଚାଷୀକୂଳ ବହୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି । କିନ୍ତୁ ଗତକାଲି ଠାରୁ ଲଘୁଚାପଜନିତ ବାଦଲ ଫଟା ଲଗାଣବର୍ଷା କେବଳ ବହାଲ ଜମି ଗୁଡ଼ିକ ପାଇଁ ଖୁସି ଆଣିଦେଇଛି । କିନ୍ତୁ ଆଟ,ମାଲ, ବେର୍ଣା ଜମି ଗୁଡ଼ିକର ଚାଷୀ ଭାଗ୍ୟକୁ ନିନ୍ଦି ମୁଣ୍ଡରେ ହାତ ଦେଇ କାନ୍ଦୁଛି । ଏବେ ଯେତେ ବର୍ଷା ହେଲେ ମଧ୍ୟ କୌଣଷି ଫଳପ୍ରଦ ହେବନାହିଁ। ବୁଣା ଧାନ ଗୁଡ଼ିକ ବିହୁଡ଼ା ହୋଇ ନଥିବା ବେଳେ କିଛି ଚାଷୀ ଯେଣେତେଣେ ପ୍ରକାରେ ପାଇପ୍ ଯୋଗେ ପାଣି ମଡେଇ ରୁଆ/ ବିହୁଡା କରିଥିଲେ କିନ୍ତୁ ବିହୁଡା ଧାନ ବିହୁଡା ଅବସ୍ଥାରେ ରହିଯାଇଛି । ଧାନ ପାଇଁ ଅଗଷ୍ଟ ମାସରେ ବର୍ଷା ଓ ଆବଶ୍ୟକ ମୁତାବକ ସାର ନ ପାଇ ସେମିତି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ବର୍ତ୍ତମାନର ଲଘୁଚାପଜନିତ ବର୍ଷା କିଛି ଚାଷୀଙ୍କ ମୁହଁରେ ହସ ଫୁଟେଇ ଥିବା ବେଳେ କିଛି ଚାଷୀଙ୍କ ଆଖିରେ ଲୁହର ଧାରା ଶ୍ରାବଣ ଦେଖା ଦେଇଛି । ଏ ବର୍ଷାର ଲୁଚକାଳି ଖେଳ ଭିତରେ ନିରୀହ ଚାଷୀ ଦର୍ଶକ ସାଜି ହାର୍ ଜିତ୍ ର ଫାଇନାଲକୁ ଅପେକ୍ଷା କରି ରହିଛି। କେତେବେଳେ ସରକାର ସମ୍ଭ୍ୟବ୍ୟ ମରୁଡ଼ି ଘୋଷଣା କରି ସହାୟତା ଯୋଗାଇଦେବେ। ଧାର କରଜ କରି ବିହନ ଠୁ ଆରମ୍ଭ କରି ରୁଆ ଯାଏଁ ଅନେକ ଖର୍ଚ୍ଚାନ୍ତ ହେବା ପରେ ଏବେ ଅନେକ ଚାଷୀ ଦାଦନ ଯିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.