ସହଭାଗୀ ଶିକ୍ଷା ଓ କାର୍ଯ୍ୟରେ ନିୟୋଜିତ ତାଲିମ ଦାତାଙ୍କ ତିନିଦିନିଆ ପ୍ରଶିକ୍ଷଣ ଶିବିର

କଳାହାଣ୍ଡି, (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ରଙ୍ଗାପଦର ସ୍ଥିତ ସେବାଜଗତର ପ୍ରଶିକ୍ଷଣ କେନ୍ଦ୍ର ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ତିନିଦିନିଆ ତାଲିମ ଦାତାଙ୍କ ପ୍ରଶିକ୍ଷଣ (ଟିଓଟି) ଶିବିରକୁ ଆଇ.ଜି.ଏସ.ଏସ.ଏସ. ର ଓଡିଶା ରାଜ୍ୟ ସଂଯୋଜକ ବସନ୍ତ କୁମାର ପାଣିଗ୍ରାହୀ ଉଦ୍ଘାଟନ କରିଥିବା ବେଳେ ସାଧନ କର୍ମୀ ଭାବେ କେନ୍ଦୁଝର ଜିଲ୍ଲାର ଶିବ ପଧାନ ଓ କୃଷ୍ଣ ବାରିକ ଯୋଗଦେଇ ସହଭାଗିତାରେ ଶିକ୍ଷା କାର୍ଯ୍ୟ ପଦ୍ଧତିରେ ଗାଁ ସ୍ତରରେ କିଭଳି ପୁଷ୍ଟି, ସ୍ୱାସ୍ଥ୍ୟ, କୃଷି, ପ୍ରକୃତିକ ସମ୍ବଳ ଓ ସ୍ୱଚ୍ଛତା ଭଳି ସମସ୍ୟାକୁ ଗୋଷ୍ଠି ଜରିଆରେ ସମାଧାନ କରିପାରିବେ ସେ ଉପରେ ତାଲିମ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu


ଏଥିରେ କଳାହାଣ୍ଡି ଜିଲ୍ଲାର ନର୍ଲା, ମ.ରାମପୁର, କର୍ଲାମୁଣ୍ଡା ବ୍ଲକ ତଥା କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଚାଲିଥିବା ସୁପୋଷଣ କାର୍ଯ୍ୟକ୍ରମରେ କାର୍ଯ୍ୟରତ ୨୮ଜଣ ତାଲିମାର୍ଥୀ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର କାର୍ଯ୍ୟକ୍ରମ ଅଧିକାରୀ ଗରୁଡ଼ ଭୋଇ, ଗୋଷ୍ଠି ସଂଗଠକ କଲ୍ୟାଣି ଦାସ, କିଶୋର ଦାଶ, ଜିତେନ୍ଦ୍ର ଭୋଇ, ଜଗଦୀଶ ରଣା, ପ୍ରଦୀପ କୁମାର ସାହୁ, ସ୍ୱେଚ୍ଛାସେବୀ ଭୁପିନ୍ଦର ଚୌଧୁରୀ, ବାସନ୍ତୀ ସାହୁ, ତିଳେଶ୍ୱର ଗୌଡ଼, ପୁଷ୍ପା ବାରିକ, ରତ୍ନାକର ମୁଦୁଲି, ଲିଙ୍ଗରାଜ ପାତ୍ର, ବାକସେବା ବାଗ, ବିନୋଦିନି ନାୟକ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.