ଥୁଆମୁଳ ରାମପୁର: ପଶ୍ଚିମ ଓଡ଼ିଶାରେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପଞ୍ଚମୀ ତିଥିରେ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଦୁର୍ଗମ ଅଞ୍ଚଳ ଥୁଆମୂଳରାମପୁର ବ୍ଲକରେ ଆଜି ଦଶମୀ ତିଥିରେ ମହାସମାରୋହରେ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି ।
ମାଁ ମାଣିକେଶ୍ଵରୀଙ୍କ ପୀଠ ଠାରେ ସର୍ବପ୍ରଥମେ ନୂଆ ଅର୍ଣ୍ଣ ଭୋଗ ଲାଗିଲା ପରେ ପରିବାର ମାନଙ୍କ ମଧ୍ୟରେ ଏକାଠି ହୋଇ ନୂଆ ଧାନଚୂଡା ତେନ୍ତୁଳି, କୁରେଇପତ୍ର ସାଙ୍ଗରେ ପାରମ୍ପରିକ ରୀତିନୀତି ଅନୁଯାୟୀ ନୂଆଁଖାଇଲେ ଅଞ୍ଚଳ ବାସୀ ।
ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ରୀତିନୀତି ଅନୁସାରେ ମାଁ ମାଣିକେଶ୍ଵରୀଙ୍କ ପୀଠ ଠାରେ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଚଳିତ ବର୍ଷ ଧୁମଧାମରେ ନୂଆଖାଇ ପାଳିଲେ ଅଞ୍ଚଳ ବାସୀ ଥୁଆମୁଳ ରାମପୁର ବ୍ଳକ ସ୍ଥାନୀୟ ତିନୋଟି ପରିବାର ନିହାରା ଢାଞ୍ଚାରେ ନୂଆଖାଇ ପାଳନ କରିଥିବା ଦେଖିବାକୁ ମିଳିଥିଲା।
ସେହି ପରିବାର ମାନେ ହେଲେ ଦୁର୍ଗା ପରିବାର, ପରିର୍ଚ୍ଛା ପରିବାର, ମୁଣ୍ତ ପରିବାର। ଏହି ବର୍ଷ ବହୁତ ସୁନ୍ଦର ଭାବରେ ନୂଆଖାଇ ପର୍ବଟି ପାଳିତ ହୋଇଯାଇଛି।
ଏହାସହ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଲାଞ୍ଜିଗଡ଼, ମ.ରାମପୁର, ଜୟପାଟଣା, ଦେପୁର, ବିଶ୍ବନାଥପୁର ଆଦି ଗଡ଼ଜାତ ଅଞ୍ଚଳରେ ଦଶମୀ ତିଥିରେ ନୂଆଖାଇ ପର୍ବ ପାଳିତ ହୋଇଯାଇଛି।
କଳାହାଣ୍ଡି ଜିଲ୍ଲା ଥୁଅମୂଳ ରାମପୁର ବ୍ଲକରୁ ଦୁର୍ଗା କୀର୍ତ୍ତିଙ୍କ ରିପୋର୍ଟ OdiaBarta.in