ଗଣେଷ ଭଶାଣି ବେଳେ ଅଘଟଣ: ନୂଆପଡା ଗୋଧସ ଜଳପ୍ରପାତ୍ରରେ ତିନି ଜଣ ଯୁବକ ନିଖୋଜ

● ନିଖୋଜ ଯୁବକ ନୂଆପଡା ବିଦେଶୀ ମଦ ଦୋକାନ କର୍ମଚାରୀ

ନୂଆପଡା: ସଦର ବ୍ଲକ ଧରମବନ୍ଧା ପଂଚାୟତରେ ଥିବା ଗୋଧସ ଜଳପ୍ରପାତରେ ଗଣେଶ ମୂର୍ତ୍ତି ଭଶାଣି କରୁଥିବା ବେଳେ ତିନି ଯୁବକ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ହୋଇଥିବା ତିନି ଜଣ ଯୁବକ ନୂଆପଡା ଇଂରାଜୀ ମଦ ଦୋକାନର କର୍ମଚାରୀ ବୋଲି ସୂଚନା ମିଳିଛି। ତେବେ ପ୍ରକାଶ ଯେ, ଗଣେଷ ବିଷର୍ଜନ କରିବାକୁ ନୂଆପଡା ସହରର ୨ ଜଣ ଯୁବକଙ୍କ ସହ ନିଖୋଜ ତିନି ଯୁବକ ଗଣେଶ ମୂର୍ତ୍ତି ଭଶାଣି ପାଇଁ ଗୋଧସକୁ ଯାଇଥିଲେ। ମୂର୍ତ୍ତି ବିସର୍ଜନ ପରେ ନିଖୋଜ ଯୁବକ ଗାଧୋଇବା ପାଇଁ ପୁଣି ଥରେ ପାଣି ଭିତରକୁ ଯାଇ ପାଣିରେ ବୁଡି ଯାଇଥିଲେ। ନିଖୋଜ ତିନି ଜଣ ଯୁବକ ନିଲେଶ ସିଂ( ୩୩), ଅମିତ କୁମାର ଗୁପ୍ତା( ୨୫), ଏବଂ ଅନ୍ୟ ଜଣେ ରାଜକୁମାର ଗୁପ୍ତା (୨୪ ) ବୋଲି ଜଣାପଡିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଅଛି। ନିଖୋଜ ନିଲେଶ ସିଂ ନୂଆପଡା ବିଦେଶୀ ମଦ ଦୋକାନର ମେନେଜର ଭାବେ କାମ କରୁଥିବାର ଜଣାପଡିଅଛି। ଅନ୍ୟ ଦୁଇ ଜଣ କର୍ମଚାରୀ ଅଟନ୍ତି। ପ୍ରଥମ ଅମିତ ପାଣି ଭିତରକୁ ଯାଇ ଭଅଁରିରେ ବୁଡ଼ି ଯାଉଥିବା ଦେଖି ନୀଲେଶ ଓ ରାଜ କୁମାର ଉଦ୍ଧାର ପାଇଁ ଯାଇଥିଲେ। ତେବେ ଉଦ୍ଧାର କରି ନ ପରି ସେମାନେ ମଧ୍ୟ ପାଣିରେ ବୁଡି ଯାଇଥିଲେ। ସାନ୍ଧ୍ୟ ହୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ ସମ୍ଭବ ହୋଇ ପାରିନଥିଲା। ଆସନ୍ତା କାଲି ଉଦ୍ଧାର କାର୍ଯ୍ୟ ପୁଣି ଥରେ କରାଯିବ। ଖବର ଲେଖାହେବା ପର୍ଯ୍ୟନ୍ତ ନିଖୋଜ ଯୁବକ ମାନଙ୍କ କିଛି ବି ସୂଚନା ମିଳି ନ ଥିଲା।

Omkar Vasthu
Omkar Vasthu

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.