ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱରଚିତ ଦେଶାତ୍ମବୋଧକ କବିତା ଆବୃତ୍ତି ସମାରୋହ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱରଚିତ ଦେଶାତ୍ମବୋଧକ କବିତା ଆବୃତ୍ତି ସମାରୋହ କୋରାପୁଟ ଜୟପୁରର ନାରାୟଣୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସମ୍ମାନିତ ଅତିଥି ଭାବେ ପ୍ରକାଶ ଦାଶ, ଜଳନ୍ଧର ସ୍ୱାଇଁ, ଶ୍ରୀନାଥ ମିଶ୍ର, ସୁରେଶ ଦାଶ, ରାଜେନ୍ଦ୍ର ପାଢ଼ୀ ଯୋଗ ଦେଇଥିବା ବେଳେ ସଂଯୋଜକ ଡ଼ଃ ପ୍ରଦୀପ ମିଶ୍ର, ରତିକାନ୍ତ ଦୁବେ, ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ, ସ୍ମୃତି ପଣ୍ଡା, ସୌମନ୍ଦ୍ର ସ୍ବାଇଁ ପ୍ରମୁଖ ସଂଯୋଜନା କରିଥିଲେ।

ଏହି ସଭାରେ ଆୟୋଜକ ଅବିନାଶ ସାନ୍ତ୍ରା ପାତ୍ର, ନବକୃଷ୍ଣ ରଥ ପଣ୍ଡା ସାର, ସୁଧାଂଶୁ ଶେଖର ପଟ୍ଟନାୟକ, ତେଜେଶ୍ୱର ପଣ୍ଡା, ନିରଞ୍ଜନ ପାଣିଗ୍ରାହୀ, ଅଶୋକ ପଲେଇ, କୃଷ୍ଣ ହୋତା ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ନାରାୟଣୀ ମହାବିଦ୍ୟାଳୟ, ସାରସ୍ୱତ ବାଲ ମନ୍ଦିର, ସିରିଡି ସାଇ ଇଂଲିଶ ସ୍କୁଲ, ନାରାୟଣୀ ଛାତ୍ରାବାସ, ନାରାୟଣୀ ବିଦ୍ୟାଳୟର ସଦସ୍ୟ ଯୋଗ ଦେଇ କବିତା ଆବୃତ୍ତି କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.