ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ସହର ମଧ୍ୟ ଦେଇ ଯାଇଥିବା ୩୨୬ନମ୍ବର ଜାତୀୟ ରାଜପଥର ମରଣାଯନ୍ତା ପାଲଟିଥିବା ଓଭରବ୍ରିଜ୍ ଉପରେ ଗୁରୁବାର ସଂଧ୍ୟାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ଅକାଳରେ ଜୀବନ ଚାଲିଯାଇଥିବା ବେଳେ ତାଙ୍କ ସହ ସ୍କୁଟିରେ ବସିଥିବା ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ମୃତକ ଜଣକ ହେଉଛନ୍ତି ରେଲି ସାହିର ଧାନଲା ମୁନ୍ନା ଓ ଗୁରୁତର ଜଣଙ୍କ ହେଉଛନ୍ତି ସୁଣ୍ଡି ସୁରେଶ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ରାୟଗଡା ପୋଲିସ ପଂହଚି ଦୁର୍ଘଟଣାର ଶୀକାର ହୋଇଥିବା ଦୁଇଜଣଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ସୂଚନା ମୁତାବକ ରେଲି ସାହିର ଧାନଲା ମୁନ୍ନା ଜଣେ ଫଳ ବ୍ୟବସାୟୀ ସହ ଦିନ ମଜୁରିଆ ଭାବେ ବସଷ୍ଟାଣ୍ଡରେ ଖଲାସୀ ଭାବେ କାର୍ଯ୍ୟ କରି ନିଜ ପରିବାରର ଭରଣ ପୋଷଣ କରୁଥିଲେ । ସେ ବସଷ୍ଟାଣ୍ଡରେ ଫଳ ବ୍ୟବସାୟ କରୁଥିବାରୁ ଆଜି ସଂଧ୍ୟାରେ ଫଳ ଆଣିବାକୁ ନିଜ ସ୍କୁଟିରେ ନିଜ ସାଙ୍ଗ ସୁଣ୍ଡି ସୁରେଶ ସହ ଓଭରବ୍ରିଜ ଦେଇ ଯାଉଥିବା ସମୟରେ ତାଙ୍କ ଆଗରେ ଯାଉଥିବା ଏକ ବାଲି ବୋଝେଇ ଟ୍ରାକ୍ଟରଟିକୁ ବାଟ ଦେଇ ଯାଉଥିବା ବେଳେ କୈାଣସି କାରଣରୁ ସେ ଓ ତାଙ୍କ ସାଙ୍ଗ ସ୍କୁଟିରୁ ତଳେ ପଡିଯାଇଥିବା ବେଳେ ଟ୍ରାକ୍ଟରଟି ମୁନ୍ନାଙ୍କ ମୁଣ୍ଡ ଉପରେ ଏବଂ ସୁରେଶଙ୍କ ଗୋଡ ଉପରେ ମାଡି ଯାଇଥିଲା ବୋଲି ଶୁଣିବାକୁ ମିଳିଛି । ଘଟଣାସ୍ଥଳରେ ମୁନ୍ନାଙ୍କ ନାକ ଓ ପାଟିରୁ ଅଧିକ ରକ୍ତସ୍ରାବ ହେଉଥିବା ବେଳେ ଡାହାଣ ଗୋଡରେ ଗୁରୁତର ଆଘାତ ପାଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସୁରେଶ । ଅଟୋରିକ୍ସା ଯୋଗେ ଉଭୟଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଦୁର୍ଘଟଣାରେ ଫଳ ବ୍ୟବସାୟୀ ଧନାଲା ମୁନ୍ନାଙ୍କ ମୃତ୍ୟୁ ଖବର ଶୁଣି ମୁନ୍ନା ଓ ସୁରେଶଙ୍କ ପରିବାର ବର୍ଗଙ୍କ ସହ ସାହି ବାସିନ୍ଦାମାନେ ପଂହଚିଥିଲେ । ମୁନ୍ନାଙ୍କ ପତ୍ନୀ ପ୍ରମିଳା ଏ ନେଇ ଦୁର୍ଘଟଣା ଘଟାଇ ଥିବା ଟ୍ରାକ୍ଟର ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କ ପରିବାରର ମୁନ୍ନା ହିଁ ଜଣେ ରୋଜଗାରକ୍ଷମ ବ୍ୟକ୍ତି ରହିଥିବାରୁ ତାଙ୍କୁ କ୍ଷତିପୂରଣ ବାବଦକୁ ନ୍ୟାୟ ପ୍ରଦାନ ପାଇଁ ରାୟଗଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ପ୍ରକାଶ ଥାଉ କି, ଓଭରବ୍ରିଜର ମୂଳରୁ ଶେଷ ପର୍ଯ୍ୟନ୍ତ କେବଳ ବଡ ବଡ ଖାଲଖମା ଭରି ରହିଥିବାରୁ ଦୁଇ ଚକିଆ ଯାନରେ ଯାତାୟାତ କରୁଥିବା ଚାଳକମାନେ ଗାତରୁ ବର୍ତିବା ପାଇଁ ଚେଷ୍ଠା କରୁଥିବା ବେଳେ ବିପରୀତ ଦିଗରୁ ନଚେତ୍ ପଛପଟୁ ଆସୁଥିବା ଯାନବାହନ ସହ ଧକ୍କା ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଥିବା ବେଳେ ଓଭରବ୍ରିଜର ଦୂରବସ୍ଥା ଯୋଗୁଁ ସହରବାସୀ ପ୍ରତିଦିନ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ବୋଲି ସାହି ବାସିନ୍ଦାମାନେ ଅଭିଯୋଗ କରିଛନ୍ତି । ପରିତାପର ବିଷୟ ମରଣାଯନ୍ତା ପାଲଟିଥିବା ଓଭରବ୍ରିଜର ରାସ୍ତାର ଶୋଚନୀୟ ଅବସ୍ଥା ସମ୍ବନ୍ଧରେ ଜାତୀୟ ରାଜପଥ ବିଭାଗ ସବୁ ଜାଣିଣୁଣି ନୀରବଦ୍ରଷ୍ଟା ସାଜିଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ପରିତାପର ବିଷୟ ପାଲଟିଛି ।