ବିଦ୍ୟୁତ୍ ଖୁଣ୍ଟରେ ଯୁବକଙ୍କ ମୃତଦେହ ଲଟକି ରହିଥିବା ଘଟଣା: ଅଗ୍ନିଶମ ବିଭାଗ ସହାୟତାରେ ଶବ ଉଦ୍ଧାର

● ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): କଲମପୁର ବ୍ଲକ ଅନ୍ତର୍ଗତ ଭଇଁରୀ ଗ୍ରାମରେ ଶନିବାର ସକାଳେ ଘଟିଛି ଏକ ଅଘଟଣ । ଗ୍ରାମର ଜନୈକ ଯୁବକ ର ମୃତ ଶରୀର ଏକ ବିଦ୍ୟୁତ୍ ଖୁଣ୍ଟ ରେ ଓହଳି ଥିବା ଲୋକ ଦେଖିଥିଲେ । ଉକ୍ତ ମୃତ ଶରୀର ଗ୍ରାମର ନିଳାଞ୍ଚଳ ନାଏକଙ୍କ ୪୦ ବର୍ଷିୟ ପୁଅ ଗଜାନନର ବୋଲି ଚିହ୍ନଟ କରିବା ପରେ ତୁରନ୍ତ ପରିବାର ଲୋକ ବଡକୁଟୃ ପୁଲିସ୍ ଫାଣ୍ଡିରେ ଘଟଣା ସମ୍ପର୍କରେ ସୁଚନା ଦେଇଥିଲେ । ପୁଲିସ ଫାଣ୍ଡି ଅଧିକାରୀ ବି. ନିଳମାଧବ ରେଡି ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି କଲମପୁର ଅଗ୍ନିଶମ ବିଭାଗକୁ ଶବ ଉଦ୍ଧାର ପାଇଁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ବିନୋଦ କେରକେଟାଙ୍କ ନେତୃତ୍ବରେ ଅଗ୍ନିଶମ କର୍ମଚାରୀ ଏକ ସିଡି ସହାୟତାରେ ଶବକୁ ଉଦ୍ଧାର କରିଥିଲେ । ପୁଲିସ ଶବକୁ ଜବତ କରିବା ସହ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ମୃତକଙ୍କ ପତ୍ନୀ ଓ ପିତା ଗଣମାଧ୍ୟମ ଓ ପୋଲିସ ସମ୍ମୁଖରେ ଏହାକୁ ଯୋଜନା ବଦ୍ଧ ଭାବରେ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.