ନାର୍ଯ୍ୟଦାବୀ ହାସଲ ପାଇଁ ସବୁଦଳ ଓ ସବୁବର୍ଗର ଲୋକଙ୍କୁ ଏକତ୍ରୀତ କଲା ମ.ରାମପୁର ବାର୍ ଆସୋସିଏସନ୍‌

● ମ.ରାମପୁର ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ

● ସବ୍‌ଡ଼ିଭିଜନ ମିଳିତ କମିଟୀ ଗଠନ

କଳାହାଣ୍ଡି, (ହେମନ୍ତ ସାହୁ): ଏକା ଏକା ଲଢେଇ ଲଢିବା ଅପେକ୍ଷା,ଯଦି ଗୋଷ୍ଠୀଗତ ହେଇ ଏବଂ ହକ୍ ନପାଇବା ଯାଏଁ ନିରବଚ୍ଛିନ୍ନ ଭାବରେ ଆନ୍ଦୋଳନ କଲେ ଦାବୀ ହାସଲ ହେବା ବିଧେୟ । ଦୀର୍ଘ ୨୬ ବର୍ଷରୁ ଅଧିକ ସମୟ ଧରି ମ.ରାମପୁରକୁ ସବଡ଼ିଭିଜନ ମାନ୍ୟତା ପାଇଁ ଦାବୀ ହେଇଆସୁଛି ଏବଂ ଏବେ ସାଧାରଣ ଲୋକଙ୍କ ମନରେ ମଧ୍ୟ ଏହି ନାର୍ଯ୍ୟଦାବୀ ନେଇ ଉତ୍ସାହ ଦେଖାଦେଲାଣି, ଯାହାକି ଆଜି ସବୁବର୍ଗ ସବୁଦଳ ଲୋକଙ୍କ ଏକତ୍ରୀକରଣରୁ ପ୍ରମାଣ ମିଳୁଛି ବୋଲି ଉପସ୍ଥିତ ନେତୃବର୍ଗ ନିଜ ନିଜ ବକ୍ତବ୍ୟରେ ଘୋଷଣା କରିଥିଲେ । ମ.ରାମପୁରକୁ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗରେ ଆଜି ମ.ରାମପୁର ବାର ଆସୋସିଏସନ ତରଫରୁ ଏବ ସର୍ବଦଳୀୟ ଏବଂ ସବୁବର୍ଗର ଲୋକଙ୍କୁ ଏକ୍ରତୀତ କରାଯାଇ ଏକ ବୈଠକ ଅନୁ୍‌ଷ୍ଠିତ ହେଇଥିଲା । ଆବାହାକ ତଥା ମ.ରାମପୁର ଓକିଲ ସଂଘର ସଭାପତି ଜୟ କୁମାର ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ସିଂହଦେଓଙ୍କ ସମେତ ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ତଥା ବିଜେଡ଼ି ରାଜ୍ୟ ସଂପାଦକ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଓକିଲ ସଂଘ ସଂପାଦକ ଯତିନ କୁମାର ସାହୁ, ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ, ମ.ରାମପୁର ସରପଂଚ ସଂଘ ସଭାପତି କାମଦେବ ସାହୁ ପ୍ରମୁଖ ମଂଚାସୀନ ରହିଥିବାବେଳେ ଉପସଭାପତି ସପନ କୁମାର ପଟ୍ଟନାୟକ ମଂଚ ପରିଚାଳନା କରିଥିଲେ । ବିଜେପି ଦଳ ତରଫରୁ ବରିଷ୍ଠନେତା ଶ୍ରୀକାନ୍ତ ହୋତା, ପଦ୍ମଲୋଚନ ମିଶ୍ର, କଂଗ୍ରେସ ତରଫରୁ ଜିଲ୍ଲା ସଂପାଦକ ବିଭୂତି ଭୂଷଣ ମହାଖୁଡ଼, ବିଜେଡ଼ି ମ.ରାମପୁର ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ, ସିପିଆଇଏମ ଜିଲ୍ଲା ସାଧାରଣ ସଂପାଦକ ବିଶ୍ୱଜିତ ଚାଟାର୍ଜୀ, ବରିଷ୍ଠ ନାଗରିକ ସଂଘରୁ ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ସମାଜସେବୀ ଅଶୋକ କୁମାର ପଟ୍ଟାୟକ, ବଣିକ ସଂଘ ସଂପାଦକ ପ୍ରଶାନ୍ତ ସାମନ୍ତରା, ଶ୍ରୀରାମକୃଷ୍ଣ ଆଶ୍ରମ ସଂପାଦକ ସ୍ୱାମୀ ଅଶୋକାନନ୍ଦ, ଆଦିବାସୀ ସଂଘରୁ ଦ୍ରୋଣାଚାର୍ଯ୍ୟ ମାଝୀ, ପଦ୍ମନ ପାତ୍ର, ଯୁବ ବର୍ଗ ତରଫରୁ ନୀଳମାଧବ ସିଂହଦେଓ(ନୀଲ), ଚିରାଗ ସିଂହଦେଓ, ଜେନାବୁଢା ଡ଼୍ରାଇଭର ମହାସଂଘ ସଭାପତି ବିଶ୍ୱ ରଂଜନ ମାହାର ପ୍ରମୁଖ ନିଜ ନିଜ ସଂଘ ତରଫରୁ ଉପସ୍ଥିତ ରହି ନିଜ ନିଜ ସମର୍ଥନ ଜଣାଇବା ସହିତ ସମସ୍ତ ପ୍ରକାର ସହଯୋଗ କରିବାକୁ ସଭାରେ ଘୋଷଣା କରିଥିଲେ । ଆଜିର ବୈଠକରେ ସବଡ଼ିଭିଜନ ମିଳିତ କମିଟୀ ଗଠନ କରାଯିବା ସହିତ ଆଗାମୀ ଦିନରେ ଏହି ଦାବୀକୁ ହାସଲ କରିବା ଯାଏଁ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିବାକୁ ନିଷ୍ପତି ନିଆଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଓକିଲ ସଂଘ ତରଫରୁ ସହ ସଂପାଦକ ସନାତନ ପଣ୍ଡା, ସହଯୋଗୀ ସଂପାଦକ ଆଶିଷ କୁମାର ମିଶ୍ର, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.