ବିଶୁଦ୍ଧ ପାନୀୟ ଜଳ ସାତ ସପନ, ଆଜିବି ଝରଣା ପାଣି ପିଇ ବିତୁଛି କୁଟିଆ କନ୍ଧଙ୍କ ଜୀବନ

ଲାଞ୍ଜିଗଡ଼: ଆଦିବାସୀ ଜନଜାତି କୁଟିଆ କନ୍ଧଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଲାଞ୍ଜିଗଡ଼ ବ୍ଲକର କୁଟିଆ କନ୍ଧଙ୍କ ଜୀବନ ଧାରଣର ମାନ ଯେଉଁ ତିମିରକୁ ସେହି ତିମିରେ। ଆଜିବି ଅବହେଳିତ ହୋଇ ପଡ଼ିରହିଛି ଲାଞ୍ଜିଗଡ଼ ବ୍ଲକର ଅନେକ ଆଦିବାସୀ ପଲ୍ଲୀ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ ପରି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଲୋକେ। ବିକାଶର ଅନ୍ଧ ଅର୍ଗଳିରେ ଆଜି ବି ପଡ଼ିରହିଛି ଅନେକ ଗାଁ।

Omkar Vasthu
Omkar Vasthu


କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁ ଗ୍ରାମ ପଞ୍ଚାୟତର ଧଅଁରାଭଟା ଗାଁରେ ବାସ କରନ୍ତି ୩୦ ଗୋଟି ଆଦିବାସୀ କୁଟିଆ କନ୍ଧ ପରିବାର। ଏହି ଗାଁରେ ବିକାଶ ବାଟବଣା ହୋଇଛି। ସରକାରଙ୍କ ଶୁଭ ଦୃଷ୍ଟିରୁ ବଞ୍ଚିତ ହୋଇଥିଲେ ମଧ୍ୟ ମାଟି କାମୁଡି ପଡି ରହିଛନ୍ତି ଏହି ମାଟିର ଭୂମୀପୂତ୍ରମାନେ। ଧଅଁରାଭଟା ଗାଁରେ ବିଶୁଦ୍ଧ ପାନୀୟଜଳ ସାତ ସପନ ପାଳଟି ଥିବାବେଳେ ଝରଣା ପାଣି ପିଇ ବିତୁଛି କୁଟିଆ କନ୍ଧଙ୍କ ଜୀବନ। ଗାଁରେ ପାନୀୟଜଳର କୈାଣସି ବ୍ୟବସ୍ଥା ନଥିବାରୁ ଏକ କିଲୋମିଟର ଦୂର ଝରଣାର ପାଣି ସଂଗ୍ରହକରି ଆଣନ୍ତି ଗାଁର ମହିଳାମାନେ। ବର୍ଷ ବର୍ଷ ଧରି ପାନୀୟ ଜଳ ଯୋଗାଇଦେବାକୁ ଦାବୀ ହେଉଛି କିନ୍ତୁ କୋୖଣସି ସୁଫଳ ମିଳି ପାରୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଯେଉଁଠି ଲୋକଙ୍କୁ ବିଶୁଦ୍ଧ ପାନୀୟ ଟୋପାଏ ମିଳୁନାହିଁ ସେଠାରେ ଶିକ୍ଷା ଓ ସ୍ବାସ୍ଥ୍ୟ କଥା ନକହିବା ଭଲ। ତେଣୁ ତୁରନ୍ତ ଧଅଁରାଭଟା ଗାଁର ପାନୀୟଜଳ ସମସ୍ୟା ଦୂର କରିବାକୁ ଦାବୀ ହୋଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଅନ୍ୟପକ୍ଷରେ ଏହା କେବଳ ଆଦିବାସୀ ପଲ୍ଲୀ ଧଅଁରାଭଟାର ସମସ୍ୟା ନୁହଁ ଲାଞ୍ଜିଗଡ଼ ବ୍ଲକରେ ଏମିତି ଅନେକ ଉପାନ୍ତ ଗ୍ରାମ ଅବହେଳିତ ହୋଇ ପଡ଼ିରହିଛି। ବିରଳ ଆଦିବାସୀ ଜନଜାତି କୁଟିଆ କନ୍ଧଙ୍କ ଜୀବନ ଜୀବିକାରେ ସୁଧାର ଆଣିବା ପାଇଁ ଲାଞ୍ଜିଗଡ଼ ବ୍ଲକରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା (କେକେଡିଏ) କାର୍ଯ୍ୟକାରୀ ହେଉଛି। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି। ଏହାଛଡା ଆଦିବାସୀ, ହରିଜନ, ଗିରିଜନଙ୍କ ବିକାଶ ପାଇଁ ଅନେକ ଏନଜିଓ ଲାଞ୍ଜିଗଡ଼ ବ୍ଲକରେ କାର୍ଯ୍ୟକରୁଛନ୍ତି। ଆଦିବାସୀଙ୍କ ଦୟନୀୟ ଚିତ୍ର ଦେଖାଇ ଏମାନେ ଦେଶ ବିଦେଶରୁ କୋଟି କୋଟି ଟଙ୍କା ଆଣି ପ୍ରକୃତପକ୍ଷେ ଲୋକଙ୍କ ବିକାଶ ନୁହଁ ନିଜର ବିକାଶରେ ଲାଗି ପଡିଥିବା ଚର୍ଚ୍ଚା ହେଉଛି। ଲାଞ୍ଜିଗଡ଼ ବ୍ଲକରେ ଆଦିବାସୀଙ୍କ ଉନ୍ନତି ପାଇଁ ମାଳ ମାଳ ସରକାରୀ, ବେସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏହା ପ୍ରକୃତରେ ଅନେକ ଆଦିବାସୀ ପଲ୍ଲୀ ଓ ଲୋକଙ୍କ ପାଖକୁ ପହଁଞ୍ଚି ପାରୁନାହିଁ। ତେଣୁ ଆଦିବାସୀଙ୍କ ନାଁ ନେଇ ଏହି ବ୍ଲକରେ କାମ କରୁଥିବା ବେସରକାରୀ ସଂସ୍ଥା (ଏନଜିଓ) ଓ ଅନ୍ୟାନ୍ୟ ସରକାରୀ/ବେସରକାରୀ ଯୋଜନା ସମୂହର ପ୍ରକୃତ ସ୍ଥିତି ବିଷୟରେ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.