ଶବ୍ଦରେ ଶ୍ରଦ୍ଧାଞ୍ଜଳି

● ‘ଆତ୍ମା ଅମର, କେବଳ ଗୋଟିଏ ଶରୀର ତ୍ୟାଗ କରି ଆଉ ଏକ ନୂତନ ଆବରଣ ମଧ୍ୟରେ ଅବସ୍ଥାନ କରେ। ଏ ଦିବଂଗତ ଅମୂଲ୍ୟ ଜ୍ୟୋତିସ୍କମାନେ ଏବେବି ଆମ ପାଖରେ ଅଛନ୍ତି, ଆମ କଥା ଶୁଣୁଛନ୍ତି’

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସାହିତ୍ୟିକ କବି ବନ୍ଧୁ ପରିବାରର ନିରନ୍ତର ଚାଲି ଆସୁଥିବା ଆଭାସୀ କାର୍ଯ୍ୟକ୍ରମ ରବିବାର ଦିନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଓଟିଭିର ମୁଖ୍ୟ ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସଙ୍କ ସହ ପୂର୍ବତନ ‘ସମାଜ’ ସଂପାଦିକା ତଥା ସୁସାହିତ୍ୟିକା ମନୋରମା ମହାପାତ୍ର, କୁନି ବାଳକ ଜ୍ୟୋତି ପ୍ରକାଶ ତଥା ସୀତାରାମଙ୍କୁ
ଏଥିରେ ଅଶ୍ରୃଳ ଶ୍ରଦ୍ଧାଜଂଳି ଜ୍ଞାପନ କରାଯାଇଛି। ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ଅନୁମୋଦନ କ୍ରମେ ଆୟୋଜିତ ଉକ୍ତ ଆଭାଷୀ କାର୍ଯ୍ୟକ୍ରମରେ ରତିନାରାୟଣ ରାଉତଙ୍କର ଓମକାର ନାଦବ୍ରହ୍ମ ପରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା ହୋଇଥିଲା। ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଞ୍ଜୟ କୁମାର ସାହୁଙ୍କର ଆଭାସୀ ସଞ୍ଚାଳନରେ, ରଞ୍ଜନ କୁମାର ମହାନ୍ତି ସଂଯୋଜନାରେ ଭାବାବେଗମୟ ପରିବେଶରେ ସାହିତ୍ୟ ବିଭୁତି ମନୋରମା ମହାପାତ୍ର, କୁନି ବାଳକ ଜ୍ୟୋତିପ୍ରକାଶ, ସାମ୍ବାଦିକ ଅରିନ୍ଦମ୍ ଦାସ ତଥା ସୀତାରାମଙ୍କ ଉପରେ ଆଲୋଚନା ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ସଭାପତି ଦେବେନ୍ଦ୍ର କୁମାର ନାଏକ। ଅତ୍ୟନ୍ତ ଭାବବିହ୍ଵଳ ହୋଇ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି ତଥା ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଥିଲେ ସମ୍ପାଦିକା ପ୍ରଣତି ମହାପାତ୍ର। ଅଶ୍ରୁ ସଜଳ ନୟନରେ ଶ୍ରଦ୍ଧାଞ୍ଜଳି ବାଢିଥିଲେ ଉପଦେଷ୍ଟା ବିନୋଦିନୀ ଦାଶ୍। ଆତ୍ମା ଅମର, କେବଳ ଗୋଟିଏ ଶରୀର ତ୍ୟାଗ କରି ଆଉ ଏକ ନୂତନ ଆବରଣ ମଧ୍ୟରେ ଅବସ୍ଥାନ କରେ। ଏ ଦିବଂଗତ ଅମୂଲ୍ୟ ଜ୍ୟୋତିସ୍କ ମାନେ ଏବେବି ଆମ ପାଖରେ ଅଛନ୍ତି, ଆମ କଥା ଶୁଣୁଛନ୍ତି ବୋଲି ଅଶ୍ରୁଳ ନୟନରେ କଥା ରଖିଥିଲେ ଯୁବକବି ଅଂଶୁମାନ ସାହୁ। ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର ସଶ୍ରଦ୍ଧ ଶ୍ରଦ୍ଧା ନୈବେଦ୍ୟ ମାଧ୍ୟମରେ ସୁସାହିତ୍ୟିକା ମନୋରମା ମହାପାତ୍ରଙ୍କର ସାହିତ୍ୟ କୃତି ଉପରେ ଆଲୋଚନା କରିଥିଲେ।ରତିନାରାୟଣ ରାଉତ ମୋ ମାଟିର ଅମୂଲ୍ୟ ସନ୍ତାନ ଅରିନ୍ଦମ୍ କେତେ ମହତ୍ କାମ କରିଥିଲେ ବୋଲି ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କରିଥିଲେ। ତତ୍ ପରେ ପରେ ନବରଙ୍ଗପୁରରୁ ଅନାମ ଚରଣ ସାହୁ, ସାଗର କୁମାର ପରିଡା, ଖୋର୍ଦ୍ଧାରୁ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, କଟକରୁ ସଂଗ୍ରାମ କେଶରୀ ସାମନ୍ତରାୟ, ଭରତ ଚରଣ ବେହେରା, ରମାକାନ୍ତ ମାହାଳି, ବିନୋଦିନୀ ଦାଶ,‌ ଶୁଭ୍ରାଂଶୁ ଶେଖର ମାହୁନ୍ତ, ଜ୍ୟୋତ୍ସାରାଣୀ ପଣ୍ଡା, ଜିତେନ୍ଦ୍ର ଗିରି, ରଞ୍ଜନ କୁମାର ମହାନ୍ତି, ପ୍ରଣତି ମହାପାତ୍ର, ନିରଞ୍ଜନ କରଣ, ଅମୂଲ୍ୟ କୁମାର ନାଏକ,‌ ଚୁମ୍କୀ ଦାଶ, ବୈଜୟନ୍ତୀ ମାଳା ମହାପାତ୍ର, ନଗେନ୍ଦ୍ର କୁମାର ରାଉତ, ଅରୁଣ କୁମାର ମହାପାତ୍ର, ଜାନକୀ ମହାପାତ୍ର, ଅଂଶୁମାନ ସାହୁ, ନନ୍ଦିନୀ ରାଉତ, ବିଶ୍ଵପ୍ରତାପ ବେହେରା, ତ୍ରିନାଥ ପଟ୍ଟନାୟକ ସାଇପ୍ରିୟା ନାଏକ, ବନଲକ୍ଷ୍ମୀ ମହାନ୍ତି ପ୍ରମୁଖ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଶତାଧିକ କବି କବ୍ୟୟିତ୍ରୀ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି କବିତାରେ ଅଶ୍ରୁଳ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସାହିତ୍ୟିକ କବି ବନ୍ଧୁ ପରିବାର ସବୁବେଳେ ନିଆରା କାର୍ଯ୍ୟକ୍ରମ କରିଥାଏ, ଆଜି ମଧ୍ୟ ସେହିଭଳି ଏକ ନିଆରା ସଭା କରି ସେ ସଭାରେ ମୋତେ ସାମିଲ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ଦେଇଛି ବୋଲି ପ୍ରକାଶ କରିଥିଲେ ରମାକାନ୍ତ ମାହାଳି ମହୋଦୟ।ଶ୍ରୀମାନ୍ ଅଂଶୁମାନ ସାହୁଙ୍କର ଧନ୍ୟବାଦ ପର୍ବ ପରେ ରତିନାରାୟଣ ରାଉତଙ୍କର ଶାନ୍ତିପାଠ ପରେ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.