ଭୁତିଆରବାହାଲ (ପଞ୍ଚାନନ ଭୋଇ): ଭୁତିଆରବାହାଲ ଗ୍ରାମ ରେ ଥିବା ଏକ ପୁରାତନ ଦେବୀପୀଠ ସମଲେଶ୍ଵରୀଙ୍କ ମନ୍ଦିର ଠାରେ ଆଜି ବୁଧବାର ଠାରୁ ଷୋଡଶ ପୂଜା ଆରମ୍ଭ ହୋଇଯାଇଛି ।ଏହି ପୂଜା ଶୁକ୍ଳ ପକ୍ଷ ଅଷ୍ଟମୀ ରୁ ଆରମ୍ଭ ହୋଇ ଅମାବାସ୍ଯା ଦିନ ସମାପ୍ତ ହେବ ।ମନ୍ଦିର ର ବରିଷ୍ଠ ପୂଜକ ଶୁକ ଭୋଇ ଙ୍କ ତତ୍ତ୍ଵାବଧାନ ରେ ପୂଜାକାର୍ଯ୍ୟ ଦେହରୀ ଚୂଡାମଣି ଭୋଇ,ଗୌନ୍ତିଆ ଡିଗେଶ୍ବର ଭୋଇ ଅନ୍ଯାନ୍ଯ ବରିଷ୍ଠ ଙ୍କ ସଦସ୍ଯ ମନ୍ଦିର ରେ ପୂଜାବିଧି ସମାପନ କରିଛନ୍ତି ।ପ୍ରଥମେ ମନ୍ଦିର ରେ ପୂଜା ସାରିବା ପରେ କାଲକା ବୁଢୀ ପୀଠ ରେ ପୂଜା ହୋଇଥିଲା ।