ପ୍ରଗତି ଶିକ୍ଷାନୁଷ୍ଠାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଭବାନୀପାଟଣା: ସ୍ଥାନୀୟ ପ୍ରଗତି ଶିକ୍ଷାନୁଷ୍ଠାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ଶ୍ରଦ୍ଧାଞ୍ଜଳି ଜଣେଇଥିଲେ ।  ଏହି ଅବସରରେ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ତଥା  ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଗତି  ଶିକ୍ଷାନୁଷ୍ଠାନର ପରିସରକୁ ସଫେଇ କରିବା ସହିତ ନିକଟସ୍ଥ ଗୁଡ଼ିଆଳି ପଦର ଓ ରାଇସିଂପୁର ଗ୍ରାମକୁ ଯାଇ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଗୁଡ଼ିଆଳି ପଦର ଓ ରାଇସିଂପୁର ଗ୍ରାମର ରାସ୍ତା ଏବଂ ବସ୍ତି ମଧ୍ୟରେ ଥିବା  ସମସ୍ତ ଅଳିଆ ଆବର୍ଜନାକୁ ସଫା କରିବା ସହିତ  ଗୁଡ଼ିଆଳି ପଦର ଗ୍ରାମର ଲୋକମାନଙ୍କୁ ଜୁହାର ଫାଉଣ୍ଡେସନ, ମୁମ୍ବାଇ ଅନୁକୂଳରେ  ମାସ୍କ ବଣ୍ଟନ କରାଯାଇଥିଲା । ଏହି କ୍ରମରେ ଗୁଡ଼ିଆଳି ପଦର ଗ୍ରାମର ସମସ୍ତ ଲୋକଙ୍କୁ ସ୍ୱଚ୍ଛ ଭାରତ ଓ କୋଭିଡ ମୁକ୍ତ ଭାରତ ବିଷୟରେ ସଚେତନ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.