ମୌଳିକ ସୁବିଧା ପାଇଁ ବହୁ ବର୍ଷ ପରେ ଏକତ୍ରିତ ହେଲେ ଲୋହରା ସଂପ୍ରଦାୟ

● ଲାଞ୍ଜିଗଡ଼ଠାରେ ଲୋହରା ସମାଜର ସାମାଜିକ ସଭା

● ପ୍ରଥମ ସଭାରେ ବିଧାୟକ ଯୋଗଦେଲେ

ଲାଞ୍ଜିଗଡ଼: ସରକାରଙ୍କ ଅନେକ ଯୋଜନା ଲୋକାଭିମୁଖୀ ଯୋଜନା ମାଧ୍ୟମରେ ଅନେକ ଲୋକ ଉପକୃତ ହେଉଥିବା ବେଳେ ଲୋହରା ସମ୍ପ୍ରଦାୟର ଅଧିବାସୀ ସରକାରଙ୍କ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି। ଆଜି ମଧ୍ୟ ତାଙ୍କର କମାର କାର୍ଯ୍ୟ ବର୍ତ୍ତମାନ ବୈଜ୍ଞାନିକ ଯୁଗରେ ଅନେକ ଧରଣର ଜିନିଷ ଆସିବା ପରେ ସେମାନଙ୍କ କୌନିକ ବୃତ୍ତି ମଧ୍ୟ ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଲାଣି। କିନ୍ତୁ ସରକାରଙ୍କ କୌଣସି ସହାୟତା ମଧ୍ୟ ପ୍ରଧାନ କରାଯାଉ ନାହିଁ। ଏହି ସବୁ ସମସ୍ୟାକୁ ଦୃଷ୍ଟିକୁ ନେଇ ଲୋହରା ସମାଜ ସଂଘଠିତ କରିଥିଲା କଳାହାଣ୍ଡି ଜିଲ୍ଲାରେ। ଏହା ପରେ ଜିଲ୍ଲାର ୧୩ ଗୋଟି ବ୍ଳକରେ ସଂଗଠନ କରାଯାଇଥିଲା। ବିଭିନ୍ନ ସରକାରୀ ଅଫିସକୁ ଯାଇ ନିଜ ମୌଳିକ ଅଧିକାର ପାଇବା ପାଇଁ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ।କିନ୍ତୁ ବର୍ଷ ବର୍ଷ ଧରି କୌଣସି ସୁବିଧା ନ ମିଳିବାରୁ ଆଜି ଜିଲ୍ଲାର ୧୩ ଗୋଟି ବ୍ଳକ ତଥା ଜିଲ୍ଲା ବାହାରୁ ମଧ୍ୟ ଏହି ଲୋହରା ସମ୍ପ୍ରଦାୟର କର୍ମକର୍ତ୍ତା ମାନେ ଏକ ଜୁଟ ହୋଇ ଲାଞ୍ଜିଗଡ଼ ବ୍ଳକ ଛତ୍ରପୁର ପଞ୍ଚାୟତ ଖେଳ ପଡିଆ ଠାରେ ଓଡ଼ିଶା ପ୍ରଦେଶ ଆଦିବାସୀ ଲୋହରା ବିକାଶ ପରିଷଦ ସାମାଜିକ ସଭାର ଆୟୋଜନ କରାଯାଇଥିଲା।

Omkar Vasthu
Omkar Vasthu


ଆଜିର ଏହି ସଭାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବିଷକର୍ମାଙ୍କ ଠାରେ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମଟିର ଶୁଭାରମ୍ଭ କରିଥିଲେ। ସଂମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଳକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ଟଙ୍କଧର ମାଝୀ, ବିଜେଡ଼ି ବ୍ଳକ ସଭାପତି ଗୋବିନ୍ଦ ପ୍ରଧାନୀ, ବିଜୁ ଛାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ପରୀକ୍ଷିତ ନାଏକ, ଯୁବ ବିଜେଡ଼ି ସଭାପତି ଡିଲେଶ କୁମାର ନାଗ, ଛାତ୍ର ବିଜେଡ଼ି ସଭାପତି ଯୋଶବନ୍ତ ପାତ୍ର, ଯୁବନେତା ସୁବାଷ ଅଗ୍ରୱାଲ, ମିଟୁ ପାତ୍ର, ପାତ୍ର ମାଝୀ, ଚନ୍ଦ୍ର ମହାପାତ୍ର, ଶ୍ରୀନିବାସ ଚଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।ନିଜ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅଧୀନରେ ଏହି ଲୋହରା ସମ୍ପ୍ରଦାୟର ୧୦ ହଜାରରୁ ଉର୍ଦ୍ଧ୍ବ ଲୋକେ ବସବାସ କରୁଥିବା ବେଳେ ଏମାନଙ୍କ ସାମାଜିକ ଗୃହ ଟିଏ ନାହିଁ।ଏନେଇ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଏହି ସମାଜର କର୍ମକର୍ତ୍ତା ମାନେ ବିଧାୟକ ଶ୍ରୀ ଦିଶାରୀଙ୍କୁ ସମାଜର ସାମାଜିକ ଗୃହ ନିର୍ମାଣ ପାଇଁ ଏକ ଦାବି ପତ୍ର ପ୍ରଦାନ କରିଥିବା ବେଳେ ବିଧାୟକ ଶ୍ରୀ ଦିଶାରୀ ନିଜ ଅନୁଦାନ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ଏହି କାର୍ଯ୍ୟକ୍ରମଟିକୁ ଲୋହରା ସମ୍ପ୍ରଦାୟର ଲାଞ୍ଜିଗଡ଼ ବ୍ଳକ ସଭାପତି ବିଘ୍ନ ପରାଭୋଇ ପରିଚାଳନା କରିଥିବାବେଳେ ନର୍ଲା ବ୍ଳକ ସଭାପତି ରବି ପରାଭୋଇ, ଥୁଆମୂଳ ରାମପୁର ବ୍ଳକ ସଭାପତି ତ୍ରିନାଥ ମାଝୀ, କଲମପୁର ବ୍ଳକ ସଭାପତି ଜୟରାମ ପରାଭୋଇ, ଜୟପାଟଣା ବ୍ଳକ ସଭାପତି ଦାମ ପରାଭୋଇ, ମୁନିଗୁଡା ବ୍ଳକ ସଭାନେତ୍ରୀ ରମା କାଟ୍ରାକା ସମେତ ଲୁହୁରା ସମାଜର ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.