ପହଞ୍ଚିବ ନେଟୱାର୍କିଂ ବ୍ୟବସ୍ଥା, ୨ ପଞ୍ଚାୟତରେ ଖୁସିର ଲହରୀ

● ଟାୱାର ନିର୍ମାଣକୁ ନେଇ ରିଲାଏନ୍ସ ଜିଓ ଟିମ ପକ୍ଷରୁ ଜାଗା ଚିହ୍ନଟ

ରାୟଗଡା, (ଶିବ ନାରାୟଣ ଗୈାଡ): ଦୀର୍ଘ ଦିନର ଦାବି ଏବେ ସଫଳ ହେବାକୁ ବସିଛି । ଯାହାକୁ ନେଇ ରାୟଗଡା ଜିଲ୍ଳା ମୀରାବାଲି ଓ ଦୁର୍ଗାପାଡୁ ପଂଚାୟତ ସମେତ ଆହୁରି ୬ଗୋଟି ପଂଚାୟତବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଦୁର୍ଗମ ପାହାଡିଆ ଅଂଚଳରେ ରହୁଥିବା ଆଦିବାସୀଙ୍କ ମୁହଁରେ ଖୁସିର ଲହରୀ ଦେଖିବାକୁ ମିଳିଛି । ନେଟୱାର୍କିଂ ସୁବିଧା ନିମନ୍ତେ ରିଲାଏନ୍ସ ଜିଓ ପକ୍ଷରୁ ଏକ ସ୍ୱତନ୍ତ୍ରୀ ଟିମ୍ ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡା ଜିଲ୍ଳାର ମୀରାବାଲି ଓ ଦୁର୍ଗାପାଡୁ ପଂଚାୟତର ବିଭିନ୍ନ ଗାଁକୁ ଯାଇ ଟାୱାର ନିର୍ମାଣ ପାଇଁ ଜାଗା ଚିହ୍ନଟ କରିଛନ୍ତି । ଦୁର୍ଗାପାଡୁ ପଂଚାୟତର ସଦର ଦୁର୍ଗାପାଡୁ ଓ ପାଲମତୁଳସୀ ଏବଂ ମୀରାବାଲି ପଂଚାୟତର ମୀରାବାଲି ଓ ଜିମ୍ବାକୁଟିକାଣା ଠାରେ ଜାଗା ଚିହ୍ନଟ କରାଯାଇଛି । ସ୍ୱତନ୍ତ୍ର ଟିମର ଜାଗା ଚିହ୍ନଟକୁ ପଂଚାୟତବାସୀ ସ୍ୱାଗତ କରିବା ସହ ସମସ୍ତଙ୍କ ମୁହଁରେ ହସ ଖେଳି ଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରକାଶ ଥାଉ କି, ରାୟଗଡା ଜିଲ୍ଳା ସଦର ବ୍ଳକର ମୀରାବାଲି, ଦୁର୍ଗାପାଡୁ, ପିପଲଗୁଡା, ଡାଙ୍ଗଲୋଡି, କାରୁବାଇ, ବାଇସିଂ, ବଡଆଲୁବାଡି, କୁଲି ଆଦି ୮ଗୋଟି ଦୁର୍ଗମ ପଂଚାୟତରେ ଦୀର୍ଘ ବର୍ଷ ହେଲା ନେଟୱାର୍କିଂ ବ୍ୟବସ୍ଥା ନ ଥିବାରୁ ପଂଚାୟତବାସୀ ଜରୁରୀକାଳନୀ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ସେବା ପାଇବା କ୍ଷେତ୍ରରେ ପ୍ରଶାସନିକ, ପୋଲିସ, ଅଗ୍ନିଶମ ଅଧିକାରୀମାନଙ୍କୁ ଯୋଗାଯୋଗ କରିପାରୁ ନ ଥିବାରୁ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି । ଯାହାକୁ ନେଇ ଉକ୍ତ ପଂଚାୟତଗୁଡିକରେ ନେଟୱାର୍କର ବ୍ୟବସ୍ଥା କରିବା ପାଇଁ ଆଦିବାସୀ ଯୁବ ସମାଜ ପକ୍ଷରୁ ଦୀର୍ଘ ଦିନ ଧରି ପ୍ରଶାସନ ଠାରେ ଦାବି ହୋଇ ଆସୁଛି । ବର୍ତମାନ ଜିଓ ଟିମ୍ ପକ୍ଷରୁ ଜାଗା ଚିହ୍ନଟ ହୋଇଥିବା ନେଇ ଆଦିବାସୀ ଯୁବ ସମାଜ ସଭାପତି ତଥା ଯୁବନେତା ପ୍ରତାପ ପୁଆଲା ସୂଚନା ପ୍ରଦାନ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.