ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ମାନପତ୍ର ପାଇଲେ କଳାହାଣ୍ଡିର ବିନ୍ଦୁ ମହାନନ୍ଦ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ଆଜି ଦୁର୍ନୀତି ବିରୋଧି ମହାସଂଘର ଆବାହକ ବିନ୍ଦୁ ମହାନନ୍ଦଙ୍କୁ ଭୁବନେଶ୍ବର ସ୍ଥିତ ଅମ୍ରାପାଳି ରିସର୍ଟ ଠାରେ ମାନପତ୍ର ପ୍ରଦାନ କରାଯାଇଛି । ଶ୍ରୀ ମହାନନ୍ଦ ଦୀର୍ଘ ବର୍ଷ ଧରି ଦୁର୍ନୀତି ଓ ଲାଞ୍ଚକୁ ଅହରହ ବିରୋଧ କରି ଆସୁଛନ୍ତି । ବିଗତ ଦିନରେ ଅନେକ ଲାଞ୍ଚୁଆ ଅଫିସରଙ୍କୁ ଭିଜିଲାସନ୍ସ ଧରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ରାଜ୍ୟର ସର୍ବ ପ୍ରଥମ ଭାବରେ ବନ ବିଭାଗର କାମ୍ପା ଓ ଆମ ଜଙ୍ଗଲ ଯୋଜନାରେ ଚାରା ରୋପଣ କାମରେ ହୋଇଥିବା କୋଟି କୋଟି ଟଙ୍କାର ଘୋଟାଲାକୁ ସୂଚନା ଆଇନ ଦ୍ବାରା ତଥ୍ୟ ଆଣି ମାନ୍ୟବର ଓଡିଶା ଲୋକାୟୁକ୍ତରେ ଅଭିଯୋଗ କରି ଭିଜିଲାନ୍ସ ତଦନ୍ତ କରାଇଛନ୍ତି । ମାମଲା ରୁଜୁ କରାଇ ଥିବା ବେଳେ ଅନ୍ୟ ବନ ବିଭାଗର ବହୁତ ଅଭିଯୋଗ କରି ଲୋକାୟୁକ୍ତରେ ମାମଲା ଚାଳିଛି । ସେଭଲି ବହୁ ଚର୍ଚ୍ଚିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ହୋଇଥିବା ଗୋଲାମୁଣ୍ଡା ବ୍ଲକ ଅଧିନ ଖଲିଆକାନି ପତିଆଲପଡା ରାସ୍ତା କାମରେ କୋଟିଏରୁ ଉର୍ଦ୍ଧ ଘୋଟାଲା ହୋଇଥିବା ନେଇ ଭିଜିଲାନ୍ସ ତଦନ୍ତ କରାଇଛନ୍ତି । ଯାହାର ତଦନ୍ତ ରିପୋର୍ଟ ଲୋକାୟୁକ୍ତ ନିକଟରେ ଭିଜିଲାନ୍ସ ତଲବ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲା ଓ ଜିଲ୍ଲା ବାହାରେ ମଧ୍ୟ ଦୁର୍ନୀତି ବିରୁଦ୍ଧରେ ଲଢେଇ କରି ଆସୁଛନ୍ତି । ଶ୍ରୀ ମହାନନ୍ଦ ସାମ୍ବାଦିକତା କାର୍ଯ୍ୟ କରି ଅନେକ ନିରୀହି ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିଥିବା ବେଳେ ଦୁର୍ନୀତି ଖବରକୁ ନିଜର କଲମ ମୁନରେ ସର୍ବସମୁଖରେ ଆଣିପାରିଛନ୍ତି । ଏହି ସବୁ କାର୍ଯ୍ୟକଳାପକୁ ଦେଖି ଓସାର ରାଜ୍ୟ ଆବାବାହକ ପ୍ରଦୀପ ପ୍ରଧାନ, ଓସାର ବରିଷ୍ଠ ସଭ୍ୟ ତଥା ରାଜ୍ୟର ପ୍ରଥମ ଲୋକାୟୁକ୍ତ ଅଭିଯୋଗକାରୀ ଶ୍ରୀକାନ୍ତ ପାକଳ, ଓସାର ଆଇନ ପରାମର୍ଶ ଦାତା ସୁଧିର ମହାନ୍ତି ଓ ଅନ୍ୟାନ୍ୟ ଆଇନଜୀବି ତଥା ଦୁର୍ନୀତି ବିରୁଦ୍ଧରେ ଲଢେଇ କରୁଥିବା ବ୍ୟକ୍ତି ବିଶେଷ ବିଚାର ମାଧ୍ୟମରେ ନିଷ୍ପତି ଗ୍ରହଣ କରି ଓସାର ଦ୍ବାଦଶ ରାଜ୍ୟ ସମ୍ମିଳନୀରେ ଶ୍ରୀ ମହାନନ୍ଦଙ୍କୁ ମାନପତ୍ର ପ୍ରଦାନ କରିଛନ୍ତି । ତିନି ଦିନ ଧରି ଚାଳିଥିବା ସମ୍ମିଳନୀ ରେ ରାଜ୍ୟ ମୁଖ୍ୟ ସୂଚନା କମିସନ ଜଲାଦ ତ୍ରିପାଠି, ପୂର୍ବତନ ରାଜ୍ୟ ମୁଖ୍ୟ ସୂଚନା କମିସନ ସୁନିଲ ମିଶ୍ର, ପୂର୍ବତନ କେନ୍ଦ୍ର ସୂଚନା କମିସନ ଶ୍ରୀଧର ଆଚାରୟୁଲୁ, ବରିଷ୍ଠ ସାମ୍ବାଦିକ ରବି ଦାସ ଓ ସତ୍ୟ ନାରାୟଣ ନାୟକ, ବରିଷ୍ଠ ଆଇନଜୀବି ଚିତ୍ତ ବେହେରା ଓ ଓସାର ରାଜ୍ୟ ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ ଯୋଗଦାନ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.