ସର୍ଗିଗୁଡା-ଡିଗିରାପଡା ରେଳ ଫାଟକ ରାସ୍ତା ଖୋଲିବା ପାଇଁ ଦାବୀ

●ତୃତୀୟ ଲାଇନ ହେବାପରେ ଡିଗିରାପଡାକୁ ରାସ୍ତା ପୁରା ବନ୍ଦ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା- ଡିଗିରାପଡା, ବିଞ୍ଝାଲପଡାକୁ ରେଳ ଫାଟକ ରହିଥିଲା। ଦୁଇ ସାହି ଓ ବିଞ୍ଜାଲପଡାକୁ ଏହି ରାସ୍ତାଟି ସଂଯୋଗ କରୁଥିଲା। ହେଲେ ଗତ ୧୦ ବର୍ଷ ତଳେ ସର୍ଗିଗୁଡା ଆର୍ଡି ରାସ୍ତାରେ ରେଳବାଇ କଣ୍ଟ୍ରାକଟର ର ଭାରିଯାନ ଯୋଗେ ଭାରି ସାମାନ ନେବା ପ୍ରକ୍ରୀୟାକୁ ବିରୋଧ କରିଥିଲେ ଗ୍ରାମର ଜନସାଧାରଣ। ଫଳରେ ରେଳବାଇ ଅଧିକାରୀ, ଆରପିଏଫ୍ ଷ୍ଟାଫ୍ ଙ୍କ ମଧ୍ୟରେ ଟଣା ଓଟରାକୁ ନେଇ ରେଳବାଇ ଅଧିକାରୀ ମାନେ ଉକ୍ତ ରେଳବାଇ ଗେଟ ଫାଟକଟି ଉଠାଇ ନେବା ସହ ରାସ୍ତାଟିକୁ ମଧ୍ୟ ବନ୍ଦ କରିଦେଇଥିଲେ। ସର୍ଗିଗୁଡା ବସ୍ତିପଡା, ଡିଗିରାପଡା ଓ ବିଞ୍ଝାଲପଡା ମଧ୍ୟରେ ମାତ୍ର ୨୦୦ ମିଟର ବ୍ୟବଧାନ। ସର୍ଗିଗୁଡା ବସ୍ତି ପଡାର ଅନେକ ଚାଷୀଙ୍କ ଜମି ନଦୀ ଆରପଟେ ରହିଛି। ଚାଷୀମାନେ ଶଗଡ ଯୋଗେ ବିଲରୁ ଧାନ ଅମଳ କରି ଆଣିବା, ରାତି ସମୟରେ ମଧ୍ୟ ଦୋକାନ ବଜାର କାରବାର ପାଇଁ ଡିଗିରାପଡା ଓ ବିଞ୍ଝାଲପଡାର ଲୋକେ ବସ୍ତି ପଡା ଓ ନର୍ଲାରୋଡକୁ ଏହି ଗେଟ ଫାଟକ ରାସ୍ତା ଦେଇ ସୁବିଧାରେ ଯିବା ଆସିବା କରୁଥିଲେ। ଚାଷୀ ଏହି ରେଳବାଇ ଗେଟ ଫାଟକ ରାସ୍ତା ଦେଇ ହଳ ନେଇ ଚାଷ ପାଇଁ ଯାଉଥିଲେ। ଗାଇ ଗୋରୁଙ୍କୁ ଚରେଇବା ପାଇଁ ଯାଉଥିଲେ। ହେଲେ ବ୍ୟକ୍ତିଗତ ଆକ୍ରୋସ ଯୋଗୁଁ ରେଳବାଇ ବିଭାଗ ପକ୍ଷରୁ ରାସ୍ତାଟିକୁ ବନ୍ଦ କରି ଦିଆଯିବା ଫଳରେ ବସ୍ତିପଡା, ମାଝୀପଡା, ଡିଗିରାପଡା ଓ ବିଞ୍ଝାଲ ପଡାର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଛୋଟିଆ କାମ ପାଇଁ ମୁଖ୍ୟ ରାସ୍ତା ଭବାନୀପାଟଣା-ମ.ରାମପୁର ରେ ରହିଥିବା ଲେବୁଲ କ୍ରସିଂ ଫାଟକ ପଟେ ବୁଲିକି ଯିବାକୁ ପଡୁଛି। ୨୦୦ ମିଟର ରାସ୍ତା ପାଇଁ ଦୁଇ କି.ମି. ରାସ୍ତା ବୁଲିବା ଜନସାଧାରଣଙ୍କ ପାଇଁ ଅନେକ ସମସ୍ୟା ସାଜୁଛି। ଯାହା ଫଳରେ ଏହି ଚାରିଗୋଟି ୱାର୍ଡର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜନସାଧାରଣଙ୍କ କଷ୍ଟକୁ ଅନୁଭବ କରି ସର୍ଗିଗୁଡାର କିଛି ବୁଦ୍ଧିଜୀବୀ ଗତ ଦୁଇ ବର୍ଷ ତଳେ ସମ୍ବଲପୁର ସ୍ଥିତ ରେଳବାଇ ବିଭାଗର ଜୋନାଲ ଅଫିସକୁ ଯାଇ ଡିଆରଏମ ଙ୍କୁ ଏହି ରାସ୍ତା ଟିକୁ ପୁଣି ଖୋଲିବା ପାଇଁ ଅନୁରୋଧ ପତ୍ର ଦେଇକି ଆସିଥିଲେ। ହେଲେ ଫଳ କିଛି ମିଳିଲା ନାହିଁ। ଏବେ ଏହି ରାସ୍ତା ଦେଇ ତୃତୀୟ ରେଳ ଲାଇନ କାମ ସମ୍ପୂର୍ଣ୍ଣ ହୋଇଯାଇଛି। ଟ୍ରାକ ପଡିବା କାମ ସରିଯାଇଛି। ମଣିଷ ଗଳିକି ଯିବା ପାଇଁ ଯାହା ଟିକେ ରାସ୍ତା ରହିଥିଲା ଏବେ ତୃତୀୟ ରେଳ ଲାଇନ ଟ୍ରାକ ପଡିଯିବା ପରେ ବିଭାଗ ତରଫରୁ ଏହି ରାସ୍ତାଟିକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ବସିଛନ୍ତି। ତୃତୀୟ ରେଳ ଲାଇନ ଦେଇ ଟ୍ରେନ ଚାଲିବା ପରେ ଜନସାଧାରଣଙ୍କୁ ରାସ୍ତା ପାଇଁ ଆହୁରି ଅନେକ ଅସୁବିଧା ଭୋଗିବାକୁ ପଡିବ। ଏଣୁ ଉକ୍ତ ରାସ୍ତାଟି ଖୋଲି ସର୍ଗିଗୁଡାର ଚାରିଗୋଟି ସାହି ମଧ୍ୟରେ ଯିବା ଆସିବା ପାଇଁ ଗମନା ଗମନର ସୁଗମତା ସୃଷ୍ଟି କରାଯାଉ ବୋଲି ରେଳବାଇ କତ୍ତୃପକ୍ଷଙ୍କୁ ସର୍ଗିଗୁଡା ଜନସାଧାରଣ ଅନୁରୋଧ କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.