ସିଡ଼ିଏସ ବିପିନ ରାୱତଙ୍କ ଶ୍ରଦ୍ଧାଞ୍ଜଳି ସଭା

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଏକ ଦୃଭାଗ୍ୟପୂର୍ଣ୍ଣ ହେଲିକେପ୍ଟର ଦୃଘଟଣାରେ ଦେଶ ସିଡିଏସ ଜେନେରାଲ ବିପିନ ରାୱତଙ୍କୁ ହରାଇଛି। ବାୟୁ ସେନାର ସବୁଠାରୁ ଦକ୍ଷ ଓ ସୁରକ୍ଷିତ ଭାବେ ପରିଚିତ ଏମଆଇ୧୭ଭି୫ ହେଲିକେପ୍ଟର ମୋଟ ୧୪ ଜଣଙ୍କୁ ନେଇ ଯାଉଥିବା ବେଳେ ୧୧ଟା ୪୫ ମି.ରେ କୋଏମ୍ବାଟୁରର ସୁଲୁର ବାୟୁ ଓଡାଣ ଘାଟିରେ ଦୃଘଟଣାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଚୁରମାର ହୋଇଯାଇଥିଲା। ଦେଶର ପ୍ରଥମ ସିଡିଏସ ବିପିନ ରାୱତ, ପତ୍ନୀ ମଧୁଲିକା ରାୱତଙ୍କ ସହିତ ୧୩ ଜଣଙ୍କ ମୃତ୍ୟୁରେ ଦେଶ ପୂରା ସ୍ତବ୍ଧ ହୋଇଯାଇଛି। ଏହି ଦୁଃଖରେ ସାରା ଦେଶରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ସେହି କ୍ରମରେ କୋରାପୁଟର ଭାସ୍କର ଆର୍ଟସ ଏକାଡେମୀ ଗ୍ରୁପ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଅଧ୍ୟାପକ ହରିହର ପଟ୍ଟନାୟକ, କୋରାପୁଟ ଓଡିଶା ଟାଇମସ୍ ର ସାମ୍ବାଦିକ ତ୍ରିନାଥ ପଟ୍ଟନାୟକ, ଆସୋସିଏଟ୍ ମ୍ୟାନେଜର ଅଭିଜିତ କର ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ କୋରାପୁଟ ସହରର ବହୁ ଲୋକ ମଧ୍ୟ ଉପସ୍ଥିତ ତାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.