ଆଦିବାସୀ ଓ ପଛୁଆବର୍ଗଙ୍କ ସଂରକ୍ଷଣ ଦାବି ନେଇ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗ ଓ ଆଦିବାସୀଙ୍କୁ ଅଣଦେଖା ପ୍ରସଙ୍ଗ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଉଭୟ ବର୍ଗଙ୍କ ପାଇଁ ଯେଉଁ ପରିମାଣରେ ସଂରକ୍ଷଣ ରହିବା କଥା ତାହା ଦିଆଯାଇ ନାହିଁ । ଏନେଇ ଆଦିବାସୀ ସଂଘ ଓ ପଛୁଆବର୍ଗଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ, ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶିତ ହେଉଛି । ଏନେଇ କଳାହାଣ୍ଡି ଜିଲ୍ଲା ବ୍ୟାପି ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ପୁନଃବିଚାର କରି ଉଭୟ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ଏହି ପରିପ୍ରେକ୍ଷୀରେ ଆଦିବାସୀ ଓ ପଛୁଆବର୍ଗଙ୍କ ନ୍ୟାର୍ଯ୍ୟ ଦାବିକୁ ସମର୍ଥନ କରିଛି କଂଗ୍ରେସ । ଆଜି କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଧର୍ମଗଡ଼ ଉପଜିଲ୍ଲାପାଳ ପାଓ୍ବାର ସଚିନଙ୍କୁ ଭେଟି ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ମଙ୍ଗରାଜଙ୍କ ସେମେତ ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଡାକେଶ୍ୱର ଲହଜଲ, କଲମପୁର ବ୍ଲକ ସଭାପତି ମାଧବ ସୁନାନୀ, ଜିଲ୍ଲା ସାଧାରଣ ସଂପାଦକ ବେଣୁପାଣି ଦୁର୍ଗା, ଧନଞ୍ଜୟ ନାଏକ ପ୍ରମୂଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.