କେସିଙ୍ଗା ଏନଏସି ଠାରେ ଜାଗା ସମ୍ପର୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

କେସିଙ୍ଗା, (ମଧୂସୁଦନ ଠାକୁର): ବିଜ୍ଞପିତ ଅଞ୍ଚଳ ପରିଷଦ କେସିଙ୍ଗାର ୱାର୍ଡ ନଂ ୮ ଅନ୍ତର୍ଗତ ପଲ୍ଲକା ପଡା ଠାରେ ବସ୍ତିବାସିନ୍ଦା ସଂଘ ଓ ଏନ୍ଏସି ମିଳିତ ଆନୁକୁଲ୍ୟରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଉପ ଜିଲ୍ଲାପାଳ ବିଶ୍ୱଜିତ୍ ଦାସ, ତହସିଲଦାର ଜ୍ୟୋତିର୍ମୟ କର, ବିଡ଼ିଓ ପ୍ରଫୁଲ୍ଲ

Omkar Vasthu
Omkar Vasthu

କୁମାର ଓଡୁ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ବସ୍ତି ଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯଥା ପାଇପ ଦ୍ଵାରା ବିଶୁଦ୍ଧ ପାନୀୟ ଜଳଯୋଗାଣ, ପକ୍କା ସଡ଼କ, ରାସ୍ତା ଆଲୋକିକରଣ, ଶୌଚାଳୟ, ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ ଓ ପ୍ରତେକ ଘରକୁ ବିଦ୍ୟୁତ୍ ଯୋଗାଣ ଇତ୍ୟାଦି କରାଯାଇ ଏହାକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପିଲାମାନଙ୍କ ଖେଳିବାପାଇ ଖୋଲାସ୍ଥାନର ଉନ୍ନତି
କରଣ ଓ ବସ୍ତିବାସିନ୍ଦା ମାନଙ୍କର ସାମାଜିକ କାର୍ଯ୍ୟକ୍ରମ ପରିଚାଳନା କରିବାପାଇଁ ଗୋଷ୍ଠୀକେନ୍ଦ୍ର ନିର୍ମାଣ
କରାଯାଇଛି । ଏହି ଗୋଷ୍ଠୀ କେନ୍ଦ୍ର ଗୁଡ଼ିକୁ ‘ପରିଚୟ’ ନାମରେ ନାମକରଣ କରାଯାଇଛି ଓ ଫାଇବ୍ ଟି ଶାସନ ଆଧାରରେ ସହରାଞ୍ଚଳର ସମସ୍ତ ପ୍ରକଳ୍ପ ଜାଗା ମିଶନ ଲୋକାଭିମୁଖି କାର୍ଯ୍ୟକ୍ରମକୁ ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟ କ୍ରମରେ ଶତ୍ରୁଘ୍ନ ନାଏକ, ଶ୍ରୀନିବାସ ପଟ୍ଟନାୟକ, ମୋହନ ସାହୁ, ଶିଶିର ବିଶି, ଗୋବର୍ଦ୍ଧନ ଶିକା, ସତ୍ୟ ହାରପାଲ, ବୈଶାଖୁ ବନଛୋର ଓ ଅନ୍ୟାନ୍ୟ କର୍ମକର୍ତା ସହଯୋଗ କରିଥିଲେ । ନୃସିଂହ ବେହେରା ମଞ୍ଚ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.