ବିଧାୟକ ଭୁପିନ୍ଦର ସିଂଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ବିଭିନ୍ନ ଆଭ୍ୟନ୍ତରୀଣ ଇଲାକାକୁ ରାସ୍ତା ସଂଯୋଗୀକରଣ ଲାଗି ଆଜି ନର୍ଲା ବିଧାୟକ ଭୁପିନ୍ଦର ସିଂ ଶିଳାନ୍ୟାସ କରିଥିବା ଜଣାଯାଇଛି । ଚିଟ୍ରା ଠାରୁ କନ୍ଧମାଳ, ଗୋଛାଗୋଡା ରାସ୍ତାର ଚାଉଳଧୁଆ ନଦୀ ଉପରେ ପୋଲ, ପାଙ୍ଗାବାଜୁ ଠାରୁ ମାସ୍କାପଦର, ଉର୍ଲାଦାନୀ ଠାରୁ ଟାପରାଙ୍ଗ, ଶାଂକୁସ୍ ରାସ୍ତା ପାଇଁ ଶିଳାନ୍ୟାସ ହେଇଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ପୁଷ୍ପେନ୍ଦ୍ର ସିଂହ ଦେଓ, ମ. ରାମପୁର ବିଜେଡ଼ି ବ୍ଲକ ସଭାପତି ଗୋବିନ୍ଦ ଶତପଥି ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏଇ ସବୁ ରାସ୍ତା ତିଆରି ହେଲେ ଅନେକ ଅପହଞ୍ଚ ଇଲାକାର ଜନସାଧାରଣ ଉପକୃତ ହେବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.