କେସିଙ୍ଗା, (ମଧୂସୁଦନ ଠାକୁର): ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ୧୫ ରୁ ୧୮ ବର୍ଷ କିଶୋର କିଶୋରୀ ମାନଙ୍କ ଟୀକାକରଣ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମନ୍ଥର ଗତିରେ ଚାଲିଛି । ଏଠାରେ ପ୍ରକାଶ ଥାଉ କି କଳାହାଣ୍ଡି ଜିଲ୍ଲାର ସମୁଦାୟ ୨୪ ଟି କେନ୍ଦ୍ରରେ ୮୪୪୦୦ ଜଣଙ୍କୁ ଟୀକା ଲଗାଇବା ପାଇଁ ଲକ୍ଷ୍ୟ ରଖା ଯାଇଛି କିନ୍ତୁ କେସିଙ୍ଗାରେ ୫ ଦିନରେ ମାତ୍ର ୬୨୫ ଜଣ ଟୀକା ନେଇ ଥିବା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଖବର ମିଳିଛି। ୩ ତାରିଖ ୧୮୦ ଜଣ, ୪ ତାରିଖ ୧୬୦ ଜଣ, ୫ ତାରିଖ ୧୦୦ ଜଣ, ୬ ତାରିଖ ୯୦ ଜଣ ଟୀକା ନେଇ ଥିବା ବେଳେ ୭ ତାରିଖ ଦିନ ନେଇଛନ୍ତି ମାତ୍ର ୯୦ ଜଣ । ରାଜ୍ୟରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କିଶୋର କିଶୋରୀ ମାନଙ୍କ ଉତ୍ସାହ ଦେଖିବାକୁ ନ ମିଳିବା ଏକ ଚିନ୍ତାର ବିଷୟ । ସମସ୍ତ ୧୫ ରୁ ୧୮ ବର୍ଷୀୟ କିଶୋର କିଶୋରୀ ମାନେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ଟୀକା ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ମାନେ ଅନୁରାଧ କରିଛନ୍ତି ।