କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ମହାଜନଗୁଡା ଗାଁରା ମଥୁରା ବେଶ୍ରା ଦୀର୍ଘଦିନରୁ ପକ୍ଷାଘାତ ରୋଗରେ ପଡ଼ିଥିଲେ । ତାଙ୍କୁ ଶୌଚାଳୟ ନେବା ଆଣିବା ପାଇଁ ବହୁତ ଅସୁବିଧା ହେଉଥିଲା ।ତାଙ୍କୁ ଶୌଚାଳୟ ନେବା ଆଣିବା ପାଇଁ ଦୁଇଜଣ ବ୍ୟକ୍ତି ନେଇଥାନ୍ତି । ସେହିପରି ତାଙ୍କର ସ୍ୱାମୀ ବିରବଲ ବେଶ୍ରା ମଧ୍ୟ ପକ୍ଷ ଘାଟରେ ପୀଡିତ । ଏହି ସମସ୍ୟା ବିଷୟରେ ଜାଣିଲାପରେ ସମାଜସେବି ଯଶୋବନ୍ତ ରଣା ଜିଲ୍ଲା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କୁ ଜଣେଇ ମଥୁରାଙ୍କୁ ଦିବ୍ୟାଙ୍ଗ ଭତ୍ତା ଓ ଏକ ହୁଇଲଚେୟାର ପ୍ରଦାନ କରିବାକୁ ନିବେଦନ କରିଥିଲେ । ଅଭିଯୋଗ ପାଇଲାପରେ ଡ଼ିଏସଏସଓଙ୍କ ନିର୍ଦ୍ଦେଶରେ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ମଥୁରାଙ୍କୁ ଏକ ହୁଇଲଚେୟାର ପ୍ରଦାନ କରିଛନ୍ତି l ସେହିପରି ଖୁବ ଶୀଘ୍ର ତାଙ୍କର ଭତ୍ତା ହେଇଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି । ହୁଇଲଚେୟାର ପାଇଲାପରେ ମଥୁରାଙ୍କ ପରିବାର ଓ ମଥୁରା ସମାଜସେବୀ ଯଶୋବନ୍ତ ରଣାଙ୍କୁ ଧନ୍ୟବାଦ ଜଣେଇଛନ୍ତି ।