ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଗଲା ଗୃହ ମରାମତି ସହାୟତା

● ପାହାଡ଼ପଦର ଗ୍ରାମପଞ୍ଚାୟତରେ ପହଞ୍ଚିଲା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ପାହାଡ଼ପଦର ଗ୍ରାମପଞ୍ଚାୟତର ଜୀରାଗାଁ, ପୁଞ୍ଜାମ, କାଞ୍ଚନମୁହିଁ, ବୋରପଦର ଆଦି ଗାଁରେ ଆଜି ହିତାଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଗୃହ ମରାମତି ସହାୟତା ସଂପର୍କରେ ଅବଗତ କରାଯାଇଥିଲା । ସେହିପରି ହିତାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ବଣ୍ଟନ କରାଯାଇଥିଲା । ଏହି ଅବସରରେ କରୋନାର ସମ୍ଭାବ୍ୟ ତୃତୀୟ ଲହରୀ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ମାସ୍କ ବଣ୍ଟନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ପାହାଡପଦର ସରପଞ୍ଚ ଡମୁଣି ମାଝୀ, ନିର୍ବାହୀ ଅଧିକାରୀ ଦିଲିପ କୁମାର ସା, ଯୋଗାଣ ସହାୟକ ଲିଙ୍ଗରାଜ ଦୁର୍ଗା ପ୍ରମୁଖ ଘରକୁ ଘର ବୁଲି ଏ ସଂପର୍କରେ ସଚେତନ କରିଥିଲେ ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.