କଳାହାଣ୍ଡି : ଭବାନୀପାଟଣା ବ୍ଲକ ରିସିଗାଁ ପଞ୍ଚାୟତ ଗଣ୍ଡବାନ୍ଦୋପଳା ଗାଁର ଭିକ୍ଷା ନାଏକ ଗତ କିଛିବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ହୋଇଥିଲେ । ତାଙ୍କର ଏହି ସମସ୍ୟା ପାଇଁ ସେ ନାଁ କୁଆଡେ ଯାଇ ପାରୁଛନ୍ତି ନାଁ ଠିକ ସେ ଘରେ ରହିପାରୁଛନ୍ତି । ଏହି ସମସ୍ୟା ଦୀର୍ଘ ବର୍ଷଧରୀ ରହିଥିବାରୁ ସେ ଅନେକ ସମସ୍ୟା ଦେଇ ଗତି କରୁଥିବା କହିଛନ୍ତି । ଏହି ସମସ୍ୟା ପାଇଁ ଓ ବାହାରେ ଟିକେ ବୁଲାବୁଲି କରିବା ସହିତ ଲାଟ୍ରିନ ଯିବାପାଇଁ ଏକ ହୁଇଲଚେୟାର ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେହୁରା ହୋଇଥିଲେ । ଅଧିକାରୀ ମାନେ ତାଙ୍କୁ ଟ୍ରାଇ ସାଇକେଲ ଦେବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ କେବେ ମିଳିନଥିଲା । ଶେଷରେ ହତାଶ ହୋଇ ଭାଗ୍ୟକୁ ଆଦରି ରହିଥିଲେ । ଏହି ସମସ୍ୟା ବିଷୟରେ କିଛିଦିନ ତଳେ ସମାଜସେବୀ ରାଜେଶ ଗୌଡ଼ ଖବର ପାଇଁ ସମାଜସେବି ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ । ଦୁହେଁ ମିଶି ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ କୁ ଯାଇ ସମସ୍ତ ଡକୁମେଣ୍ଟ ଦେଇ ଭିକ୍ଷା ନାଏକଙ୍କ ପାଇଁ ଏକ ଟ୍ରାଇ ସାଇକଲର ବ୍ୟବସ୍ଥା କରିଥିଲେ । ଦୁହେଁ ନିଜସ୍ୱ ଖର୍ଚ୍ଚରେ ଏକ ଅଟୋ ଭଡା କରି ଭିକ୍ଷା ନାଏକଙ୍କ ଘରକୁ ନେଇ ଟ୍ରାଇ ସାଇକଲ ପ୍ରଦାନ କରିଥିଲେ । ଟ୍ରାଇ ସାଇକଲ ପାଇ ଭିକ୍ଷା ନାଏକ ଖୁସି ହୋଇ ସମାଜସେବୀ ରାଜେଶ ଗୌଡ଼ ଓ ଯଶୋବନ୍ତ ରଣାଙ୍କୁ ଧନ୍ୟବାଦ ଜଣେଇଛନ୍ତି ।