ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ୱାକର୍ସ କ୍ଲବର ମନୋନିତ ନୂତନ କର୍ମକର୍ତ୍ତା ଆଜି ଶପଥ ଗ୍ରହଣ କରିଛନ୍ତି । କ୍ଲବର ସଭାପତି ସୁନିଲ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ କ୍ଲବର ଉପଦେଷ୍ଟା ସତ୍ୟବାଦୀ ପତି, ଆଞ୍ଚଳିକ ସଂଯୋଜକ ଅଭିମନ୍ୟୁ ନାୟକ, ଜିଲ୍ଲା ଗଭର୍ଣ୍ଣର ଟି.ଜଲାରାମ ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମକର୍ତ୍ତାମାନଙ୍କୁ ଉଦବୋଧନ ଦେଇଥିଲେ । ସଭାପତି ଶ୍ରୀ ପଣ୍ଡା କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ପରେ ଟି. ଜଲରାମ ଶପଥ ପାଠ କରାଇଥିଲେ । ସଭାପତି ପ୍ରତାପ ଚନ୍ଦ୍ର ବାଉରି, ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ, ଡ.ଦୁଷ୍ମନ୍ତକୁମାର ମହାନ୍ତି , ସମ୍ପାଦକ ଦାଶରଥି ରାଜଗୁରୁ, ଯୁଗ୍ମ ସମ୍ପାଦକ ଜଳନ୍ଧର ପୁଷିକା, କୋଷାଧ୍ୟକ୍ଷ ରୁଦ୍ରପ୍ରସାଦ ଚୌଧୁରୀ, ଜୋଲି ୱାକର ପଦ୍ମଲୋଚନ ପାତ୍ର ଓ ଅନ୍ୟ ବୋର୍ଡ ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ପୂର୍ବତନ ସଭାପତି ବି.ଡାଲିରାଜୁ ସଯୋଜନା କରିଥିବା ବେଳେ ଆଗାମୀ ଦିନରେ କ୍ଲବ ଆହୁରି ସକ୍ରିୟ ଭାବେ କାର୍ଯ୍ୟ ନିର୍ବାହ ନିମନ୍ତେ କାମ କରିବ ବାେଲି ଶ୍ରୀ ପଣ୍ଡା ଓ ଶ୍ରୀ ପତି ଆଶାବ୍ୟକ୍ତ କରିଥଲେ । ପରିଶେଷରେ ସଭ୍ୟ ଉଦୟଚନ୍ଦ୍ର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।