ମିହିର ଦାସଙ୍କୁ କୋରାପୁଟର ଭାସ୍କର ଆର୍ଟ୍ସ ଏକାଡେମୀର ଶ୍ରଦ୍ଧାଞ୍ଜଳି

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କଳାକାରର ଜୀବନ ହିଁ ଦର୍ଶକ ମାନଙ୍କ ପାଇଁ ତିଆରି ହୋଇଥାଏ । ଯିଏ ନିଜର କଳା ଦ୍ୱାରା ବ୍ୟକ୍ତିଗତ ଦୁଃଖକୁ ଲୁଚାଇ ମଞ୍ଚରେ ନିଜକୁ ପ୍ରଦର୍ଶିତ କରିଥାଏ, ସେ ଗାଳି ହେଉ ବା ତାଳି ସାଦରେ ସ୍ୱାଗତ କରିଥାଏ । ଏଭଳି ମଞ୍ଚ ଓ ଓଡ଼ିଆ ସିନେମାରେ ବୁଡେଇ ରଖୁଥିବା ଅପ୍ରତିଦ୍ବନ୍ଦି କଳାକାର ଥିଲେ ମିହିର ଦାସ । ତାଙ୍କରି ସ୍ମୃତିରେ କୋରାପୁଟ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଭାସ୍କର ଆର୍ଟ୍ସ ଏକାଡେମୀ ତରଫରୁ ସାମାଜିକ ଦୂରତା ରକ୍ଷା ସ୍ୱରୂପ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଅଛି ।ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଉଦ୍ୟାନ ବିଭାଗ ଅଧିକାରୀ ଶ୍ରୀ ଵି.ଭି.ଆର ପଟ୍ଟନାୟକ, ଅଧ୍ୟାପକ ତଥା ସମାଜସେବୀ ହରିହର ପଟ୍ଟନାୟକ,ଅଧ୍ୟାପକ ତଥା ସମାଜସେବୀ ତ୍ରିନାଥ ପଟ୍ଟନାୟକ, ଲ୍ୟାବ୍ ଟେକ୍ନିସ୍ୟାନ୍ ହିମାଂଶୁ ପଟ୍ଟନାୟକ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ଓଲିଉଡ୍‌ର କାକା ଭାବେ ପରିଚିତ ଭେଟ୍‌ରାନ୍‌ ଅଭିନେତା ମିହିର ଦାସ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି, ଯାହାଙ୍କ ଅଭିନୟରେ ଥିଲା ଖାଣ୍ଟି ଓଡ଼ିଆଙ୍କ ବାସ୍ନା । ସୂଚନା କ୍ରମେ ସ୍ବର୍ଗତ ଦାସ ଗତ ଡିସେମ୍ବର ୮ତାରିଖରୁ ତାଙ୍କର ମଲ୍ଟି ଅର୍ଗାନ କାମ ନ କରିବା ଏପରିକି ତାଙ୍କର କିଡନୀ ମଧ୍ୟ ସମ୍ପୂର୍ଣ୍ଣ ଅକାମୀ ହୋଇ ପଡ଼ିବା କାରଣରୁ ଚିକିତ୍ସାଧୀନ ଥିଲେ ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ଗତ ୧୧ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା । ସେ ପ୍ରଥମେ ଆର୍ଟ ଫିଲ୍ମରେ ଅଭିନୟ କରିଥିଲେ । ତାହା ଥିଲା ‘ସ୍କୁଲ୍‌ ମାଷ୍ଟର’ । ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା । ଚଳଚ୍ଚିତ୍ର ‘ଲକ୍ଷ୍ମୀ ପ୍ରତିମା’ ପାଇଁ ୧୯୯୮ ଓ ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ସେହିପରି ଓଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ‘ଆଶାର ଆଲୋକ’ରେ ସେ ଏକ ସଞ୍ଚାଳକ ତଥା ସମାଜସେବକ ଦାୟିତ୍ୱ ବହନ କରିଥିବା ଦେଖିବାକୁ ମିଳିଥିଲା । ମିହିରଙ୍କ ମିଠା କଥା ଅନେକ ଭଙ୍ଗା ମନ ଓ ପରିବାରକୁ ଯୋଡ଼ି ପାରିଥିଲା । ତେବେ ତାଙ୍କରି ସ୍ମୃତିରେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟାପକ ହରିହର ପଟ୍ଟନାୟକ, ଧନ୍ୟବାଦ ଦେଇଥିଲେ ଅଧ୍ୟାପକ ତଥା ସମାଜସେବୀ ତ୍ରିନାଥ ପଟ୍ଟନାୟକ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.