ପୌଷ ପୂର୍ଣ୍ଣିମାରେ ଛେର୍ ଛେରା ପର୍ବ ପ୍ରସଙ୍ଗ: ଧିରେ ଧିରେ ହଜି ଯାଉଛି ଛେର୍ ଛେରା ପରମ୍ପରା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ପଶ୍ଚିମ ଓଡିଶାରେ ପୌଷ ପୂର୍ଣ୍ଣିମାରେ ଛେର୍ ଛେରା ପର୍ବର ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ଦିନଟି ଚାଷୀକୂଳଙ୍କ ପାଇଁ ନୂଆବର୍ଷର ମାନ୍ୟତା ରଖିଥାଏ । ଚାଷୀ ମାନଙ୍କ ପାଖରେ ବର୍ଷତମାମ କାମ କରୁଥିବା ମୂଲିଆ ବ୍ୟକ୍ତି ମାନଙ୍କର ହିସାବ ନିକାଶ ଓ ଚୁକ୍ତି ଏହି ପୌଷ ପୂର୍ଣ୍ଣିମା ଦିନ ସରିଯାଇଥାଏ । ଚାଷୀ ମାନଙ୍କ ପାଖରେ ବର୍ଷସାରା କାମ କରୁଥିବା ଶ୍ରମିକ ଗୋଷ୍ଠୀ, ଶ୍ରମଜୀବୀ ମାନେ ପୌଷ ପୂର୍ଣ୍ଣିମା ଦିନ ଛୁଟି କରି ଭୋଜି ମୌଜରେ ମାତିଥାନ୍ତି । ପୁରପଲ୍ଲୀ ସବୁଆଡେ ଉତ୍ସବର ମାହୋଲ ସାଙ୍ଗକୁ ଭୋଜିର ଆସର ଜମିଥାଏ । ଏହି ଦିନର ଆଉ ଏକ ନିଆରା ପରମ୍ପରା ହେଉଛି ଛେର୍ ଛେରା । ଏହି ପରିପ୍ରେକ୍ଷୀରେ ଆଜି ପୌଷ ପୂର୍ଣ୍ଣିମାରେ ନର୍ଲାରେ ଛେର୍ ଛେରା ପର୍ବ ବେଶ୍ ସରଗରମ ହୋଇ ଉଠିଥିଲା । ରାସ୍ତାଘାଟ ସବୁ ଚଳଚଞ୍ଚଳ ହୋଇ ଉଠିଥିଲା । ହେଲେ କରୋନା (ଓମିକ୍ରନ୍) ର ପ୍ରଭାବ ଛେରଛେରା ପର୍ବକୁ ଫିକା କରି ଦେଇଥିବା ଦେଖିବାକୁ ମିଳୁଛି । ସକାଳୁ ସାନ ସାନ ପିଲା ମାନଙ୍କ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ଜାତି ଧର୍ମ ନିର୍ବିଶେଷରେ ସକାଳୁ ହାତରେ ରଙ୍ଗ ବେରଙ୍ଗର ବାଡି ଖଣ୍ଡିଏ ଲେଖାଏଁ ଧରି ଦଳ ଦଳ ହୋଇ ଗାଁ ଦାଣ୍ଡରେ ଘର ଘର ବୁଲି ଘର ପିଣ୍ଡାରେ ବାଡି ଠୁକେଇ ଛେର୍ ଛେରା ମାଗି ବୁଲିଥିଲେ । ଛେର୍ ଛେରା ମାଗିବା ବେଳେ ଏହି କେଉଁ ଆବହମାନ କାଳରୁ ରହି ଆସିଥିବା ପରମ୍ପରାକୁ ଧରି ବିଭିନ୍ନ ଲୋକଗୀତ ଛେର୍ ଛେର୍ ଛେରା…, ଇ ଘର ବୁଢୀ କାଇଁ ଗଲା…?, ଭଳି ଢଗ, ଢମାଳି ପୂର୍ଣ୍ଣ ବ୍ୟଙ୍ଗାତ୍ମକ ଗୀତ ଗାଇ ଧାନ, ଚାଉଳ, ପଇସା ମାଗିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନିଜ ନିଜ ଘର ସମ୍ମୁଖରେ ଆଗରୁ ଅପେକ୍ଷାରତ ମାଆ, ଭଉଣୀ ମାନେ ଏହି ଛେର୍ ଛେରା ମଗାଳୀ ମାନଙ୍କୁ ଶ୍ରଦ୍ଧାର ସହିତ ଧାନ, ଚାଉଳ, ଟଙ୍କା, ପିଠାପଣା ପ୍ରଭୃତି ପ୍ରଦାନ କରିଥାନ୍ତି । ଛେର୍ ଛେରା ମାଗି ଆଦାୟ ହୋଇଥିବା ଧାନ ଚାଉଳକୁ ନେଇ ଭୋଜି କରିବା ପାଇଁ ଜଙ୍ଗଲକୁ ଚାଲି ଯାଇଥାନ୍ତି ଛେର୍ ଛେରା ମଗାଳି ଦଳ । ଏଇ ଦିନ ସମସ୍ତଙ୍କ ଘରେ ପୁଷପୁନୀ ମଣ୍ଡାପିଠା ନିଶ୍ଚୟ ପ୍ରସ୍ତୁତ ହୋଇଥାଏ । ବାସ୍ତବିକ ପୌଷ ପୂର୍ଣ୍ଣିମାରେ ଏକ ନିଆରା ପରମ୍ପରା ଅଟେ ଏଇ ଛେର୍ ଛେରା । ଆଉ ଛେର୍ ଛେରା ମାଗିବା ବେଳେ ଅନେକ ଢଗ ଢମାଳି ଓ ଛେର ଛେରାର ସ୍ୱତନ୍ତ୍ର ଗୀତ ଗାଇ ସମସ୍ତଙ୍କ ଦ୍ୱାରକୁ ଯାଇ ମାଗି ବିଲିଥାନ୍ତି ପିଲାରୁ ବୁଢା ସମସ୍ତେ । ସମସ୍ତେ ଏଇ ପର୍ବରେ ସାମିଲ ହୋଇ ଏହି ଛେର୍ ଛେରା ପର୍ବର ମଜା ଉଠାଇ ମନଭରି ଉପଭୋଗ କରିଥାନ୍ତି । ଭାଇଚାରାର ପରମ୍ପରା ଅଟେ ଏଇ ଛେର୍ ଛେରା ପର୍ବ । ହେଲେ ଆମୋଦ ପ୍ରମୋଦରୁ ସମୟ କ୍ରମେ “ମଦ” ଏହି ପର୍ବ ଓ ନିଆରା ପରମ୍ପରାକୁ କବଳିତ କରି ନେଇଥିବାରୁ ଅନେକ ଲୋକ ମଦପିଇ ମାର ପିଟ, ଝଗଡା, ଗଣ୍ଡଗୋଳ ଭଳି ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ସପ୍ତାହବ୍ୟାପୀ ଥାନା ଆଖପାଖରେ ଲୋକେ ଚକ୍କର କାଟୁଥିବା ଦୃଶ୍ୟମାନ ହୋଇଥାଏ । ଚଳିତ ବର୍ଷ ଏହି ପୌଷ ପୂର୍ଣ୍ଣିମା ଛେରଛେରା ପର୍ବ ସମୟରେ ବହୁଳ ପରିମାଣରେ କରୋନା ର ତୃତୀୟ ଲହରରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ତ୍ରୀ-ସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ମାହୋଲ ଛେରଛେରା ପର୍ବକୁ ଆହୁରି ଫିକା କରି ଦେଉଥିବା ଦେଖିବାକୁ ମିଳୁଛି । ଧିରେ ଧିରେ ଏହି ନିଆରା ପରମ୍ପରା ଛେରଛେରା ପ୍ରତି ଲୋକ ଆକର୍ଷଣ କମିବାରେ ଲାଗିଛି । ଆଉ ଧିରେ ଧିରେ ହଜି ଯିବାକୁ ବସିଲାଣି ଛେର ଛେରା ପର୍ବ । ଆଗଭଳି ଆଉ ବହୁ ସଂଖ୍ୟାରେ ପିଲାମାନେ ଛେର ଛେରା ପର୍ବରେ ମାଗି ବୁଲୁଥିବା ଦେଖିବାକୁ ମିଳୁନି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.