ସମାଜସେବୀ ଯଶୋବନ୍ତ ରଣା କଳିଙ୍ଗ ସମ୍ମାନ-୨୦୨୨ରେ ହେଲେ ସମ୍ମାନୀତ

କଳାହାଣ୍ଡି: କଳାହାଣ୍ଡିର ସୁପରିଚିତ ସମାଜସେବୀ ଯଶୋବନ୍ତ ରଣାଙ୍କୁ ‘ନିଉଜ ଆଇଟ ଓଡିଆ’ ପକ୍ଷରୁ କଳିଙ୍ଗ ସମ୍ମାନ-୨୦୨୨ରେ ସମ୍ମାନୀତ କରାଯାଇଛି । ବରଗଡର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଏନେଇ ଆୟୋଜିତ ସମାରୋହରେ ପଦ୍ମଶ୍ରୀ ହଳଧର ନାଗ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ସାଂସଦ ସୁରେଶ ପୂଝରୀ, ନିଉଜ ଆଇଟ ଓଡିଆର ପ୍ରତିଷ୍ଠାତା ରାକେଶ ସାହୁ ପ୍ରମୁଖ ଉପସ୍ଥିତ ରହି ସମାଜସେବୀ ଯଶୋବନ୍ତ ରଣାଙ୍କୁ “କଳିଙ୍ଗ ସମ୍ମାନ-୨୦୨୨” ରେ ସମ୍ମାନିତ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ ସବୁବେଳେ ଅସହାୟ, ଦିବ୍ୟାଙ୍ଗ, ଅନାଥ ମାନଙ୍କ ସମସ୍ୟାକୁ ନେଇ ପ୍ରଶାସନ ପାଖରେ ଉପସ୍ଥାପନା କରିଥାନ୍ତି ସମାଜସେବୀ ଯଶୋବନ୍ତ ରଣା । କେତେବେଳେ ଦିବ୍ୟାଙ୍ଗ ମାନଙ୍କୁ ନେଇ ହୁଇଲଚେୟାର ପାଇବାରେ ସହଯୋଗ କରିଥାନ୍ତି ତ କେତେବେଳ ଅନାଥ ଅସହାୟ ମାନଙ୍କୁ ନେଇ ସରକାରଙ୍କ ବିଭିନ୍ନ ଯୋଜନାରେ ପାଇବାରେ ସହଯୋଗ କରିଥାନ୍ତି । ଅସହାୟ ଲୋକଙ୍କୁ ସହଯୋଗ କରି ଆଜି ପ୍ରତିଟି ଘରେ ପରିଚିତ ହୋଇପାରିଛନ୍ତି ଶ୍ରୀ ରଣା । ବିଗତ ଦିନ ମାନଙ୍କରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ଦିବ୍ୟାଙ୍ଗ ଲୋକଙ୍କୁ ହୁଇଲଚେୟାର ସରକାରଙ୍କ ତରଫରୁ ପାଇବାରେ ସହଯୋଗ କରିଛନ୍ତି । ଏଯାବତ କଳାହାଣ୍ଡିର ବିଭିନ୍ନ ବ୍ଲକର ଅନେକ ଅନାଥ ଶିଶୁ ଶ୍ରୀ ରଣାଙ୍କ ପାଇଁ ବିଭିନ୍ନ ଅନାଥ ଆଶ୍ରମରେ ଥଇଥାନ ହୋଇଛନ୍ତି । ବିଭିନ୍ନ ସମୟରେ ଗାଁ ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ତା’ର ସମାଧାନ କରିଥାନ୍ତି । ଏହିପରି ଅନେକ ଗୁଡିଏ ଭଲ କାମ କରି କଳାହାଣ୍ଡି ଜିଲ୍ଲା ବାସୀଙ୍କ ହୃଦୟ ଜିତି ପାରିଛନ୍ତି ଏହି ୨୩ ବର୍ଷୀୟ ଯୁବକ । ତାଙ୍କର ସେବା କାର୍ଯ୍ୟକୁ ସମ୍ମାନ ଜଣାଇ ଓଡିଶାର ବିଭିନ୍ନ ସଂଗଠନ ଶ୍ରୀ ରଣାଙ୍କୁ ସମ୍ମାନିତ କରିଛନ୍ତି । ଏହି କ୍ରମରେ ଗଣମାଧ୍ୟମ ‘ନିଉଜ ଆଇଟ ଓଡିଆ’ ପକ୍ଷରୁ ଶ୍ରୀ ରଣାଙ୍କୁ କଳିଙ୍ଗ ସମ୍ମାନ-୨୦୨୨ରେ ସମ୍ମାନୀତ କରାଯାଇଛି । ଏହି ସମ୍ମାନ ପାଇବାପରେ କଳାହାଣ୍ଡି ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.