କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବା ସହିତ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଉଷ୍ମତା ବୃଦ୍ଧି ପାଇଛି । ଗତକାଲି ୧୭ ତାରିଖ ଦିନ ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନ ହୋଇଥିବା ବେଳେ ବ୍ଲକର ୨୮ ଗୋଟି ଗ୍ରାମପଞ୍ଚାୟତରେ ପ୍ରଥମ ଦିନରେ ୫ ଜଣ ସରପଞ୍ଚ,୬ ଜଣ ସମିତି ସଭ୍ୟ ଓ ୮୨ ଜଣ ୱାର୍ଡ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି । କୋଭିଡ କଟକଣା ମଧ୍ୟରେ କମ ଲୋକଙ୍କ ମଧ୍ୟରେ ନାମାଙ୍କନପତ୍ର ଦାଖଲ ହେଉଥିବା ବେଳେ ଗ୍ରାମାଞ୍ଚଳ ରାଜନୀତି ସରଗରମ ହୋଇ ଉଠିଛି । ପ୍ରାର୍ଥୀମାନେ ନିଜ ସମର୍ଥକମାନଙ୍କୁ ଧରି ଏବେଠାରୁ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରି ଦେଇଛନ୍ତି ।