ଆଦିବାସୀ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ାଇବ ବହୁଭାଷୀ ସହାୟକ ଶିକ୍ଷଣ ପୁସ୍ତିକା

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋୟା, ଗୋଣ୍ଡି, ଦେଶିଆ ତଥା ଗଦବା ଭାଷାରେ ସହାୟକ ପୁସ୍ତିକ ପ୍ରସ୍ତୁତି କାର୍ଯ୍ୟକ୍ରମ । ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ଯୋଗାଇବା ପାଇଁ ପୁସ୍ତକ ପ୍ରସ୍ତୁତି କରାଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଭାଷା ଭିତ୍ତିକ ଶିକ୍ଷକମାନେ କର୍ମଶାଳାରେ ଯୋଗ ଦେଇ ପୁସ୍ତକ ପ୍ରସ୍ତୁତ କରିଛନ୍ତି ।କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ପଛୁଆ ବର୍ଗ ତଥା ସଂଖାଲଘୁ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୨୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ପୁସ୍ତକ ପ୍ରସ୍ତୁତି କରିଛନ୍ତି। ପ୍ରଥମ ଠାରୁ ତୃତୀୟ ଶ୍ରେଣୀ ନିମନ୍ତେ କୋୟା, ଗୋଣ୍ଡି, ଦେଶିଆ ତଥା ଗଦବା ଭାଷାରେ ୨୪ ଗୋଟି ବହୁଭାଷୀ ସହାୟକ ପୁସ୍ତକ ପ୍ରସ୍ତୁତି କରିଛନ୍ତି । ଗତ ଛଅ ଦିନ ଧରି କୋରାପୁଟ ନିକଟସ୍ଥ ଦେଓଘାଟିରେ ଥିବା ଏସଏସଡ଼ି ବାଳକ ବିଦ୍ୟାଳୟ ଠାରେ ଏସଏସଡ଼ି ବିଭାଗର ବହୁଭାଷୀ ଶିକ୍ଷଣ କାର୍ଯ୍ୟକ୍ରମ ‘ସମ୍ମତି’ ମାଧ୍ୟମରେ କରାଯାଇଛି । ଏହି ପଦକ୍ଷେପ ଦ୍ବାରା ଆଦିବାସୀ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବାକୁ ଅଧିକ ଆକୃଷ୍ଟ ହେବେ ବୋଲି କର୍ମଶାଳାରେ ସାଧନ କର୍ମୀ ଭାବେ ଯୋଗ ଦେଇଥିବା ବିଜୟ କୁମାର ରଥ କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.