ନିଖୋଜ ଉଦ୍ଧବ ସାହୁଙ୍କ ମିଳୁନି ପତ୍ତା, ଆଶା ଆଶଙ୍କାରେ ପରିବାର

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଗତ ତା.୧୭/୧ ରାତି ୯.୦୦ ରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ବଡଧାରପୁର ଗ୍ରାମ ପଞ୍ଚାୟତ ନାଗଝରୀ ଗ୍ରାମର ଟଙ୍କଧର ସାହୁଙ୍କ ପୁଅ ଉଦ୍ଧବ ସାହୁ (୨୬)ଙ୍କ ଆଉ ପତ୍ତା ମିଳୁନି । ଯୁବକ ଉଦ୍ଧବ ସାହୁ ନିରୁଦ୍ଦିଷ୍ଟ ହୋଇ ଆଜକୁ ୧୨ ଦିନ ହୋଇଯାଇଥିବା ବେଳେ ଏଯାଏଁ ତାଙ୍କର ପତ୍ତା ମିଳୁନି । ୧୭/୧ ରାତି ୯ ଘଣ୍ଟା ସମୟରେ ତାଙ୍କୁ ଏକ ଫୋନ କଲ ଆସିବାରୁ ନିକଟସ୍ଥ ଛତିକୁଡା ଛକକୁ ଯାଉଛି ବୋଲି କହି ସେ ନିଜ ଟିଭିଏସ୍ ସ୍ପୋର୍ଟସ ବାଇକ ନଂ-ଓଡି ୦୮ ବି-୨୬୪୪ ନେଇକି ଯାଇଥିଲେ । ସକାଳ ପର୍ଯ୍ୟନ୍ତ ସେ ନଫେରିବାରୁ ବ୍ୟସ୍ତ ହୋଇ ପଡିଲେ ପରିବାର ଲୋକେ । ପରିବାର ଲୋକେ ଉଦ୍ଧବଙ୍କୁ ବହୁତ ଖୋଜାଖୋଜି ପରେ କୌଣସୀ ସନ୍ଧାନ ନମିଳିବାରୁ ତା.୧୯/୧/୨୦୨୨ ରିଖ ଦିନ ଏନେଇ ନିରୁଦ୍ଦିଷ୍ଟ ଯୁବକ ଉଦ୍ଧବଙ୍କ ବାପା ଟଙ୍କଧର ସାହୁ ନର୍ଲା ଥାନାରେ ଏକ ଏତେଲା ଦାଏର କରିଥିଲେ ।

Omkar Vasthu
Omkar Vasthu


କେସ୍ ଦାଏର କରିବାର ଗୋଟାଏ ଦିନ ପରେ ତା.୨୦/୧ କର୍କଟା ସଂରକ୍ଷିତ ଜଙ୍ଗଲରୁ ଉଦ୍ଧବ ନେଇକି ଯାଇଥିବା ବାଇକର ସନ୍ଧାନ ମିଳିଥିଲା । ଯାହାକି ନର୍ଲା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବାଇକଟିକୁ ଉଦ୍ଧାର କରିଥିବା ଜଣାପଡିଛି । ଯୁବକ ଉଦ୍ଧବ ସାହୁ ନିଖୋଜ ହେବାର ଆଜକୁ ୧୩ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିପାରୁନାହିଁ । ଯାହାକୁ ନେଇ ଅଞ୍ଚଳର ଜନସାଧାରଣ ଓ ପରିବାର ବର୍ଗଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଜାଣିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ନିରୁଦ୍ଦିଷ୍ଟ ଯୁବକ ଜଣକ ଜୀବିତ ନା ମୃତ ଜଣାପଡିନଥିବା ବେଳେ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ଓ ବିଭିନ୍ନ ପ୍ରକାରର ଆଲୋଚନା ଶୁଣିବାକୁ ମିଳୁଛି । ଛତିକୁଡା ଯାଇଥିବା ଯୁବକଙ୍କ ବାଇକ କର୍କଟା ସଂରକ୍ଷିତ ଜଙ୍ଗଲରୁ ମିଳିଲା କେମିତି ? ଉକ୍ତଦିନ ରାତି ୯ ଘଣ୍ଟା ସମୟରେ ଉଦ୍ଧବଙ୍କୁ କାହାର ଫୋନ କଲ ଆସିଥିଲା ? ଏସବୁ ତଥ୍ୟ ଯୁବକ ଉଦ୍ଧବଙ୍କ ନିରୁଦ୍ଦିଷ୍ଟ ପ୍ରସଙ୍ଗକୁ ଅଡୁଆ ଭିତରକୁ ଟାଣି ନେଇି ଏହା ପଛରେ କଣ ଗୁଢ ରହସ୍ୟ ରହିଛି ତାହା ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି । ନର୍ଲା ପୋଲିସ୍ ପ୍ରାରମ୍ଭିକ ତଦନ୍ତ ଅନୁଯାଇ କିଛି ଲୋକଙ୍କୁ ଡାକି ପଚରା ଉଚୁରା ମଧ୍ୟ କରିଛନ୍ତି । ହେଲେ ଏଯାଏଁ ଏହାର କିଛି ଫଳ ମିଳିପାରିନଥିବା ଜଣାପଡିଛି । ଏ ବିଷୟରେ ନର୍ଲା ପୋଲିସ୍ ତଦନ୍ତ ଜାରି ରହିଛି ବୋଲି ମତବ୍ୟକ୍ତ କରିଛି । ହେଲେ ସ୍ଥାନୀୟ ଜନସାଧାରଣ ଓ ଦୁଃଖରେ ଭାଙ୍ଗି ପଡିଥିବା ପରିବାର ବର୍ଗ ନିରୁଦ୍ଦିଷ୍ଟ ଉଦ୍ଧବଙ୍କୁ ଶୀଘ୍ର ଖୋଜି ପ୍ରକୃତ ରହସ୍ୟର ପର୍ଦ୍ଦାଫାସ କରାଯାଉ ବୋଲି ଦାବୀ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.