ଏକ୍ସନ ମୋଡ଼ରେ ଅବକାରୀ ବିଭାଗ, ୯ଜଣ ଗିରଫ

କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): ତ୍ରୀସ୍ତରୀୟ ନିର୍ବାଚନରେ ବେଆଇନ ମଦ କାରବାରକୁ ନିୟନ୍ତ୍ରଣ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଘନଘନ ଚଢାଉ ଜାରି ରହିଛି ।ବିଶ୍ୱସ୍ତ ସୂତ୍ରରୁ ଖବର ଲଗାଇ ବେଆଇନ ମଦ ପ୍ରସ୍ତୁତ, ବିକ୍ରି ଓ ମହଜୁଦକୁ ତୀକ୍ଷ୍ନ ନଜର ରଖିଛି ଅବକାରୀ ବିଭାଗ । ଆଜି ଜୟପଟଣା ବ୍ଳକରୁ ବେଆଇନ ବିଦେଶୀ ମଦ ଗଛିତ କରିଥିବା ନେଇ ଜଣକୁ ଗିରଫ କରିଥିବା ବେଳେ ତା’ ଠାରୁ ୧୭ ଲିଟର ବିଦେଶୀ ମଦ ଜବତ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାସହ ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ଭବାନିପାଟଣା, କେଗାଁ ଗୋଲାମୁଣ୍ଡା, ନର୍ଲା, ମଦନପୁର ରାମପୁର, ଜୁନାଗଡ଼, ଜୟପଟଣା ଓ ଥୁଆମୁଲ ରାମପୁର ପୋଲିସ ଷ୍ଟେସନ ଅଞ୍ଚଳ ଆଦି ୧୧ ସ୍ଥାନରେ ଚଢ଼ାଉ କରି ମଦ ଜବତ କରାଯାଇଥିଲା । ସେଥିମଧ୍ୟରୁ ମାତ୍ରାଧିକ ବେଆଇନ ମଦ ମହଜୁଦ ନେଇ ୯ଜଣକୁ ଗିରଫ କରାଯାଇଛି ।

Udyog Nursery
Udyogi Nursery

ସେମାନଙ୍କ ଠାରୁ ୧୦୫ ଲିଟର ଦେଶୀମହୁଲି ମଦ, ୨୫.୬୦୦ଲିଟର ବିଦେଶୀ ମଦ ଓ ୧୩ ଶହ ଲିଟର ମହୁଲ ପୋଚ ନଷ୍ଟ କରାଯାଇଥିବା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ନିର୍ବାଚନରେ ବହୁଳ ମଦ କାରବାର ହେବାର ସମ୍ଭାବନା ଥିଲେ ଏହାକୁ ଅବକାରୀ ବିଭାଗ କେତେ ରୋକି ପାରୁଛି ତାହା ଆଗାମୀ ଦିନରେ ଜଣାପଡିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.