● ଲତା ମଙ୍ଗେସକରଙ୍କ ଦେହାନ୍ତରେ ଦୁଇ ଦିନ ରାଷ୍ଟ୍ରୀୟ ଶୋକ ଦିବସ ଘୋଷଣା, ଅର୍ଦ୍ଧନମିତ ହେବ ଜାତୀୟ ପତାକା
ଓଡ଼ିଆ ବାର୍ତ୍ତା/ମୁମ୍ବାଇ: ପରଲୋକରେ ସ୍ୱର ସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସକର । ୯୨ ବର୍ଷ ବୟସରେ ଆଖି ବୁଜିଲେ ଲତା ଦିଦି । ସାରା ଦେଶରେ ଶୋକର ଛାୟା । ‘ଭାରତ ରତ୍ନ’ ପୁରସ୍କାର ପ୍ରାପ୍ତ ଭେଟେରାନ ଗାୟକ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଦେହାନ୍ତରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ନିଧନରେ ଭାରତ ସରକାର ଦୁଇଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଲତା ମଙ୍ଗେସକରଙ୍କ ଦେହାନ୍ତରେ ଭାରତର ଜାତୀୟ ପତାକା ଦୁଇ ଦିନ ଅର୍ଦ୍ଧ ନମିତ ହୋଇ ରହିବ । ସୁର ସାମ୍ରାଜ୍ଞୀଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଗାୟକ କୈଲାଶ ଖେର, ଅନୁ ମଲିକ, ଅଭିନେତା ଅକ୍ଷୟ କୁମାର ଏବଂ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ବ୍ୟକ୍ତ କରିଛନ୍ତି ।ଆଜି ସନ୍ଧ୍ଯା ୫ଟା ହେବାକୁ ଥିବା ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁମ୍ବାଇ ଶିବାଜି ପାର୍କରେ ହେବ ଶ୍ରଦ୍ଧାଞ୍ଜଳି ସଭା । ଏଠାରେ ସୂଚନାଯୋଗ୍ୟ ଯେ, ରବିବାର ସକାଳେ ମୁମ୍ବାଇ ବ୍ରିଚ କାଣ୍ଡୀ ହସ୍ପିଟାଲରେ ଲତାଙ୍କ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଥିବା ଘୋଷଣା ହୋଇଥିଲା । ମଧ୍ୟପ୍ରଦେଶର ଇନ୍ଦୋରରେ ୧୯୨୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ ସୁର ସାମ୍ରାଜ୍ଞୀ ଲତା । ମାତ୍ର ୧୩ ବର୍ଷ ବୟସରେ ଲତା ଦିଦି ପାଦ ଥାପି ଥିଲେ । ଏକ ମରାଠି ଚଳଚିତ୍ରରେ ଲତା ଗାଇଥିଲେ ନିଜର ପ୍ରଥମ ଗୀତ । ବୋଲିଉଡରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲେ ଚଳଚିତ୍ର “ଆପକି ସେବା ମେ” ମାଧ୍ୟମରେ । ୧୯୪୫ ମସିହାରେ ଏହି ଚଳଚିତ୍ରରେ ଗୀତ ଗାଇବା ପୂର୍ବରୁ ଲତା ଦିଦି ଏକାଧିକ ମରାଠି ଚଳଚିତ୍ରରେ ଗୀତ ଗାନ କରିଥିଲେ । କେବଳ ମରାଠି ନୁହେଁ ଲତା ଦିଦିଙ୍କ କଣ୍ଠ ବାଣୀ ପ୍ରଦାନ କରିଛି ଓଡିଆ, ବଙ୍ଗାଳୀ, ଗୁଜରାତି ତଥା ଦକ୍ଷିଣ ଭାରତୀୟ ସଙ୍ଗୀତକୁ । ଦୀର୍ଘ ୭୫ ବର୍ଷ ଧରି ସଙ୍ଗୀତ ସାଧନା କରି କିମ୍ବଦନ୍ତୀ ପାଲଟିଥିଲେ ଲତା ।