ମହିଳାଙ୍କ ହାତରେ ବିକାଶର ଡ଼ୋରି: ୧୯ ରୁ ୧୪ ପଞ୍ଚାୟତରେ ମହିଳା ସରପଞ୍ଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଆଗକୁ ଆସୁଛି ମାର୍ଚ୍ଚ ଆଠ ତାରିଖ । ଆନ୍ତର୍ଜାତୀୟ ମହିଳା ଦିବସ । ମହିଳାମାନଙ୍କୁ ଚୁଲି ମୁଣ୍ଡରୁ ଆଗକୁ ଆଣି ବିକାଶର ନେତୃତ୍ୱ ଦେବାକୁ ଯୋଜନା ଆରମ୍ଭ ହେଇଥିଲା ଗତ କିଛି ବର୍ଷ ତଳେ । ମହିଳାମାନେ ବିି ଏବେ ପଦାକୁ ଆସିଲେଣି । ବିଭିନ୍ନ କ୍ଷେତ୍ରରେ ନିଜକୁ ସାମିଲ କରେଇ, ସଫଳ ବି ହେଲେଣି । ୱାର୍ଡ଼ ସଭ୍ୟା ଠାରୁ ପ୍ରଧାନମନ୍ତ୍ରୀ ଯାଏଁ ବିଭିନ୍ନ ସମୟରେ ନିଜକୁ ସଫଳ କରେଇଲେଣି । ଗାଁ ରାଜନୀତିରେ ବି ଏବେ ମହିଳାଙ୍କ ହାତରେ ରହୁଛି ବିକାଶର ଡ଼ୋରି । ଚଳିତ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ବାଦ ଅଣସଂରକ୍ଷିତ ଆସନରେ ବି ମହିଳାଙ୍କ ପ୍ରତିଦ୍ୱନ୍ଦିତା ରହିଥିଲା ଏବଂ ପୁରୁଷଙ୍କୁ ମାତ୍ ଦେଇ ମହିଳମାନେ ବାଜି ମାରିଛନ୍ତି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ ସମୁଦାୟ ଉଣେଇଶି ଗୋଟି ପଞ୍ଚାୟତ ଥିବାବେଳେ ଚଉଦ ଗୋଟି ପଞ୍ଚାୟତରେ ଏବେ ମହିଳା ସରପଞ୍ଚ । ମ.ରାମପୁର ସଦର ପଞ୍ଚାୟତରେ ବୀଣାପାଣି ସାହୁ, ଆଦିବାସୀ ଅଧ୍ୟୁୁଷିତ ପଞ୍ଚାୟତ ବାରବନ୍ଧାରେ ବୃନ୍ଦାବତୀ ପାଠକ, ଡ଼ୁଡ଼ୁକାରଞ୍ଜା ସୂର୍ଯ୍ୟମଣି ପାତ୍ର, ଗୃହପାଇଁ ଦେହ ଲାଞ୍ଚ ମାମଲାରେ ଚଚ୍ଚାରେ ଆସିଥିବା ସାଲେପାଲି ପଞ୍ଚାୟତରେ ରଚନା ବିଭାର, ମୁଡ଼ିଙ୍ଗରେ ଶଶୀ ମାଝୀ, ସାଇଦଲଙ୍ଗା ଚଉବନୀ ସାହୁ, ନୁନପୁର ସବିତା ରଣା, ମଦନପୁର କେତକୀ ଦଣ୍ଡିଆ, ପଣ୍ଡକାମାଲ ରୀନା ସାହୁ, ଡ଼ମ୍ବ କର୍ଲାଖୁଣ୍ଟା ସ୍ନିଗ୍ଧା ରଣା, ଅଲାତରା ସସ୍ମିତା ନାଗ, ମାଓପ୍ରବଣ ତଥା ଆଭ୍ୟନ୍ତରୀଣ ପଞ୍ଚାୟତ ଲୁବେନଗଡ଼ରେ ରମା ମାଝୀ, ଦେଢଶୂଳୀରେ ଲିଜା ରାଣୀ ମାଝୀ ଏବଂ ଉର୍ଲାଦାନୀ ପଞ୍ଚାୟତରେ ସୁପ୍ରିୟା ମାଝୀଙ୍କ ହାତରେ ଲାଗିଛି ଏଥର ଏହି ସବୁ ପଞ୍ଚାୟତର ବିକାଶର ଡ଼ୋରୀ । ଏଠାରେ ପ୍ରକାଶ ଥାଉ କି, ମଦନପୁୁର ଏବଂ ମୁଡ଼ିଙ୍ଗ ଦୁଇଟି ପଞ୍ଚାୟତ ଅଣସଂରକ୍ଷିତ ଥିବାବେଳେ ବି ଏଠାରେ ଦୁଇଜଣ ମହିଳା ବାଜି ମାରିଛନ୍ତି । ତେବେ ଦେଖିବାକୁ ବାକି ରହିଲା, ନିଜ ନିଜ ପଞ୍ଚାୟତ ବିକାଶରେ ଏମାନେ କେତେ ସଫଳ ହେଉଛନ୍ତି । କିନ୍ତୁ ସଶକ୍ତିକରଣ ଅବସରରେ ଏହି ମହିଳାମାନଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ ତଥା ଅଭିନନ୍ଦନଜ୍ଞାପନ କରାଯାଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.