ଲୋକଙ୍କ ସେବାରେ ସଦା ସମର୍ପିତ: ରୋମାଞ୍ଚ ସାହୁ ବମକ ପଞ୍ଚାୟତର ନୂତନ ସରପଞ୍ଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବମକ ଗ୍ରାମ ପଞ୍ଚାୟତରେ ନିଜର ସେବା ମନୋଭାବ ତଥା ଲୋଙ୍କ ପ୍ରତି ସର୍ମପିତ କାର୍ଯ୍ୟର ପ୍ରତିଦାନ ସ୍ୱରୂପ ରୋମାଞ୍ଚ ସାହୁ(ରାଷ୍ଟ୍ର) ସରପଞ୍ଚ ନିର୍ବାଚିତ ହେଇଛନ୍ତି । ଗତ ନିର୍ବାଚନରେ ନିଜର ଧର୍ମପତ୍ନୀ ସରପଞ୍ଚ ରହିଥିବାବଳେ କଳାହାଣ୍ଡି ଜିଲ୍ଲାର ପ୍ରଥମ ଗ୍ରାମୀଣ ପାର୍କ ଲୋକାର୍ପଣ କରିବାରେ ସେ ଥିଲେ ପ୍ରଥମ ସରପଞ୍ଚ । କେବଳ ଗ୍ରାମୀଣ ପାର୍କ ନୁହେଁ ବିଭିନ୍ନ ଜନାଭିମୁଖୀ ଯୋଜନାକୁ ସେ ସଫଳ ରୂପାୟନ କରିଥିଲେ । ତେଣୁ ପୁଣିଥରେ ତାଙ୍କ ପରିବାର ଉପରେ ଲୋକ ଆସ୍ଥା ପ୍ରକଟ କରିଛନ୍ତି । ରାଷ୍ଟ୍ର ଜଣେ ସଚ୍ଚୋଟ ସେବକ ହେଇଥିବା କାରଣରୁ ସେ ସମସ୍ତ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ବିଜୟୀ ହେଇଛନ୍ତି । ଅଧା ରହିଥିବା ଅନେକ ବିକାଶର ଯୋଜନାକୁ ସେ କାର୍ଯ୍ୟକାରୀ କରିବେ ବୋଲି ନିଜ ପ୍ରତିକ୍ରିୟା ଦେଇଥିବାବେଳେ ପଞ୍ଚାୟତବାସୀଙ୍କୁ ନିଜର କୃତଜ୍ଞତା ଅର୍ପଣ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.