ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ମୌଜା ସ୍ଥିତ ବେଣ୍ଟକାର ସ୍କୁଲ ଖେଳ ପଡିଆ ଠାରେ ଫୁଟବଲ୍ ଖେଳର ବିକାଶ ନିମନ୍ତେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ୪୨ ମୌଜାର ପୂର୍ବତନ ଖେଳାଳୀ ମାନଙ୍କ ଉପସ୍ଥିତିରେ ଆୟୋଜିତ ଉକ୍ତ ସଭାରେ ରାଜ୍ୟସ୍ତରୀୟ ଫୁଟବଲ୍ ଖେଳାଳୀ ବିଳାସ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ । ତୃଣମୂଳ ସ୍ତରରେ ଫୁଟବଲ ଖେଳର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟପନ୍ଥା ସ୍ଥିରୀକୃତ ହେଇଥିଲା । ଏହି କାର୍ଯ୍ୟକ୍ରମରେ ମହେଶ୍ୱର ବେହେରା, ଦିଲ୍ଲୀପ କୁମାର ଦାସ, ମାଧବେନ୍ଦ୍ର ମହାନ୍ତି, ନିରେଶ ମହାପାତ୍ର, ଜୟନ୍ତ ଦାସ, ମନୋରଞ୍ଜନ ବେହେରା, ବିଶ୍ୱଜିତ ମହାନ୍ତି, ଅକ୍ଷୟ ବାରିକ, ପ୍ରତାପ ଦାସ, ବ୍ରହ୍ମାନନ୍ଦ ଭୋଇ, ମିହିର କୁମାର ଦାସ ପ୍ରମୁଖ ଉପସ୍ଥତ ଥିଲେ । ଶେଷରେ ସନ୍ତୋଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।