ଡୁଇଟ୍ ଡେଭିଡ ଫିଲିପଙ୍କ କବିତା: ମହିଳା ଦିବସ ୨୦୨୨ର ସ୍ଲୋଗାନ

ନାରୀ ଅଧିକାର ନାରୀ ସ୍ୱାଧୀନତା ଆମ ସ୍ଲୋଗାନ
ଜମି ବାଡ଼ିରେ ଲେଖାଉଛ ପୁଅର ନାମ

Omkar Vasthu
Omkar Vasthu

ଗର୍ଭ ଧାରଣ ନହେଲେ ଝିଅର ଦୋଷ
ଝିଅ ନହୋଇ ପୁଅ ହେଲେ ଖୁସି, ହେଉଛ

Pearl dental clinic
Near Ashish Medical Store, Bhawanipatna

କିଏ ଖାଉଛି ପ୍ରଥମେ ଦେଖୁଛ
ପୁଅକୁ ନଦେଲେ ମନଟି ଦୁଃଖ

Udyog Nursery
Udyogi Nursery

ଘର ଜ୍ୱାଇ ଲାଗେ ସଭିଙ୍କୁ ଲଜ୍ଜା
ବହୁ ଦିଏ ସିନା ଜ୍ୱାଇ ଦିଏନି ଚା

ଦିବ୍ୟାଙ୍ଗ ପୁଅବି ପାଏ ଅଧିକାର
ଚିନ୍ତା, ଦିବ୍ୟାଙ୍ଗ ଝିଅ ହେବ କେମିତି ପାର

ଫୁଲ ଓ ପ୍ରକୃତିକୁ ନାରୀର ଉପମା
ନାରୀ ଜନ୍ମ ହେଲେ ଶବ୍ଦ ଅବଳା

ଭାଷଣ, ସ୍ଲୋଗାନ, କବିତା, ଗଳ୍ପରେ ନକରି ସୀମିତ
ପାଠ, ଜମି, ଖାଦ୍ୟ, ବିଶ୍ରାମ ଦେବାର ନିଷ୍ପତ୍ତି ନିଅ ।।

✍🏾ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.