✒️ଜ୍ୟୋତ୍ସ୍ନାରାଣୀ ଧଙ୍ଗଡ଼ାମାଝୀ
ମୁଁ ନାରୀ, ନୁହେଁ ଦୁର୍ବଳା କି ଅବଳା
ମୁଁ ସବୁ ପରିସ୍ଥିତିକୁ ସାମ୍ନା କରିବାବାଲା
ଘରଠୁ ବାହାର ସବୁ କାମରେ ମୁଁ ଦକ୍ଷା
ନିଜ ବୁଦ୍ଧି ବଳେ ପରିବାରକୁ କରେ ରକ୍ଷା
କେବେ ମା’ ପୁଣି କେବେ ଭଉଣୀ
କେବେ ଝିଅ ତ କେବେ ଗୃହିଣୀ
ସବୁ ସଫଳ ପୁରୁଷ ପଛରେ ଥାଏ ହାତ ନାରୀର
ପୁରୁଷ ପ୍ରଧାନ ସମାଜ ନଚିହ୍ନେ ଗୁଣ ମୋହର।
ଶିକ୍ଷୟିତ୍ରୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ମାଣ୍ଡେଲ, ନର୍ଲା, କଳାହାଣ୍ଡି