“ସମାଜରେ ନିଶାମୁକ୍ତ ଯେପର୍ଯ୍ୟନ୍ତ ହୋଇନାହିଁ ସେପର୍ଯ୍ୟନ୍ତ ଆମେ ଆଗକୁ ଯାଇପାରିବା ନାହିଁ”

ନିଶାମୁକ୍ତ ଭାରତ ଅଭିଯାନ ନିମନ୍ତେ ସ୍ବେଚ୍ଛାସେବୀମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡ (ଶିବ ନାରାୟଣ ଗୈାଡ): ନିଶାମୁକ୍ତ ଭାରତ ଅଭିଯାନ ନିମନ୍ତେ ସ୍ଥାନୀୟ ମିଶନ ଶକ୍ତି ହଲଠାରେ ସ୍ବେଚ୍ଛାସେବୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅବକାରୀ ନିରୀକ୍ଷକ ସୀମା କିରଣ ବେକ, ଶିକ୍ଷାବିତ ଡ଼ା. ନରେନ୍ଦ୍ର କୁମାର ମିଶ୍ର, ଡ଼ା. ଦୁଷ୍ମନ୍ତ କୁମାର ମହାନ୍ତି, ସଂସାଧକ ନକୁଳ ମୋହନନ୍ଦ, ବରିଷ୍ଠ ରାଜ୍ୟ ସଂଯୋଜକ ପଙ୍କଜ ଗୁପ୍ତା, ରାଜ୍ୟ ସଂଯୋଜିକା କୁମାରି ସ୍ଵର୍ଣ୍ଣନନ୍ଦ ମହାପାତ୍ର, ଶ୍ରୀୟା ସାହାଣୀ, ନିଶାମୁକ୍ତ ଭାରତ ଅଭିଯାନ ନୂଆଦିଲ୍ଲୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦ୍ଘାଟନ କରିବାସହ ନିଜର ବକ୍ତବ୍ୟରେ କହିଲେ ଯେ, ସମାଜରେ ଯେପର୍ଯ୍ୟନ୍ତ ନିଶା ମୁକ୍ତ ହୋଇନାହିଁ ସେପର୍ଯ୍ୟନ୍ତ ଆଗକୁ ବଢ଼ିପରିବା ନାହି । ଯୁବବର୍ଗର ସଚେତନତା ଆବଶ୍ୟକ । ସ୍ବେଚ୍ଛାସେବୀମାନେ ତାଲିମ ଗ୍ରହଣ କରି ସମର୍ପିତ ହୋଇ କାର୍ଯ୍ୟ କରିବା ଦରକାର । ସେହିପରି ଶିକ୍ଷାବିତ ଡ଼ା. ନରେନ୍ଦ୍ର କୁମାର ମିଶ୍ର ନିଜର ବକ୍ତବ୍ୟରେ କହିଲେ ଯେ, ଆଦିବାସୀ ଅଞ୍ଚଳରେ ସ୍ବେଚ୍ଛାସେବୀ ମନେ ସଠିକ ଭାବରେ କାର୍ଯ୍ୟ କଲେ ନିଶାମୁକ୍ତ ହୋଇପାରିବ । ଗ୍ରାମାଞ୍ଚଳରେ ପଥ ପ୍ରାନ୍ତ ନାଟକ ଓ ସଙ୍ଗୀତ ନାଟକ ମାଧ୍ୟମରେ ସଚେତନ କଲେ ନିଶାମୁକ୍ତ ହୋଇପାରିବ ବୋଲି କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଅନ୍ୟତମ ବକ୍ତା ଶିକ୍ଷାବିତ ଡ଼ା. ଦୁଷ୍ମନ୍ତ କୁମାର ମହାନ୍ତି ନିଜର ବକ୍ତବ୍ୟରେ କହିଲେ ଯେ, ନିଶାମୁକ୍ତ ଭାରତ ଏକ ସୁନ୍ଦର ପରିକଳ୍ପନା ଓ ଯୋଜନା ଯାହା ଆଜିର ସମାଜରେ ଆବଶ୍ୟକତା ରହିଛି । ଏହା ଜନସଚେତନତା ସୃଷ୍ଟି ମଧ୍ୟମରେ ନିଶା ସେବନ ରୋକିପାରିବ । ଏହି କ୍ଷେତ୍ରରେ ସ୍ବେଚ୍ଛାସେବୀ ମାନେ ସଙ୍କଳ୍ପବଦ୍ଧ ଭାବେ କର୍ତବ୍ୟ ସମ୍ପାଦନା କରିବା ଆବଶ୍ୟକ ବୋଲି କହିଥିଲେ । ରାଜ୍ୟସ୍ତରୀୟ ସଂଶଧକମାନେ ସ୍ୱେଚ୍ଛାସେବୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଆଲୋଚନାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭିକ୍ତରିଆ କୁଲୁ, ଉପଖଣ୍ଡ ସାମାଜିକ ଅଧିକାରୀ ରାୟଗଡ ଶ୍ରୀକାନ୍ତ ପାଣିଗ୍ରାହୀ, ଗୁଣପୁର,ଏଲ ସଂନ୍ତୋଷ କୁମାର ପ୍ରମୁଖ ଯୋଗଦାନ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.