ସ୍ବଚ୍ଛତାର ଶପଥ ପାଠ କଲେ ଛାତ୍ରଛାତ୍ରୀ
ଓଡ଼ିଆ ବାର୍ତ୍ତା/ ସୋନପୁର: ସ୍ଥାନୀୟ ନାରାୟଣପୁର ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ‘ସ୍ଵଚ୍ଛ ଭାରତ ସ୍ଵଚ୍ଛ ବିଦ୍ୟାଳୟ’ ଶୀର୍ଷକ ଏକ ହାଇସ୍କୁଲ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ସ୍ଵଚ୍ଛତା ସବୁଠୁ ଗୁରୁତ୍ବପୂର୍ଣ୍ଣ ଉପାଦାନ ବୋଲି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରାୟ ୨୫ ଜଣ ପ୍ରତିଯୋଗୀ ମତ ବ୍ୟକ୍ତ କରିଥିଲେ। ସ୍ୱାସ୍ଥ୍ୟ ଶିକ୍ଷା ବିଶେଷଜ୍ଞ ପ୍ରଦ୍ୟୁମ୍ନ କୁମାର ସାହୁ ସମସ୍ତଙ୍କୁ ସ୍ଵଚ୍ଛତା ଶପଥ ପାଠ କରାଇଥିଲେ। ସପ୍ତାହକୁ ଦୁଇ ଘଣ୍ଟା ହିସାବରେ ବାର୍ଷିକ ଅନ୍ତତଃ ୧୦୦ ଘଣ୍ଟା ସ୍ୱଚ୍ଛତା ପ୍ରତି ସମର୍ପିତ ରହିବେ ବୋଲି ଏହି ଅବସରରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଶପଥ କରିଥିଲେ। ପ୍ରତିଯୋଗିତାରେ ଛାତ୍ରୀ ମଧୁସ୍ମିତା ମହାକୁଡ, ସ୍ନେହସ୍ମିତା ସାହୁ ଏବଂ ବିଧୁସ୍ମିତା ମହାକୁଡ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧୁକାର କରିଥିଲେ। ବିଚାରକ ଭାବେ ଶିକ୍ଷକ ସଞ୍ଜୟ କୁମାର ବିଶ୍ବାଳ, ସୁନୀଲ କୁମାର ତରିଆ, କଲ୍ୟାଣ କୁମାର ସାମଲ ଦାୟିତ୍ବ ନିର୍ବାହ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୁବନେଶ୍ବର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା.ସଂଗୀତା ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵଚ୍ଛତା ହିଁ ସେବା ବୋଲି ଉଲ୍ଲେଖ କରିବା ସହ କୃତୀ ଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ସିଲଙ୍କରାଣୀ ଗଡୁଆ, ଶିକ୍ଷକ ହରେଶ କୁମାର ମେହେର, ଅଜିତ କୁମାର ବଗର୍ତ୍ତୀ, ବନିତା ଦାଶ, ପୂର୍ଣ୍ଣଚନ୍ଦ୍ର ବାଗ, ଜିତେନ୍ଦ୍ରୀୟ ନନ୍ଦ, ହୀରାଲାଲ ମହେର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।