ଅଧ୍ୟକ୍ଷ ଓ କାଉନସିଲର ଟିକେଟ ପ୍ରଦାନରେ ଟାଳଟୁଳ ନୀତି: ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ କଂଗ୍ରେସରେ ମିଶିଲେ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ନିର୍ବାଚନ ପାଇଁ ଅଧ୍ୟକ୍ଷ ଓ କାଉନସିଲର ଟିକେଟ ପ୍ରଦାନରେ ଲୋକପ୍ରିୟ, ଟାଣୁଆ ତଥା ବିଜୟ ସମ୍ଭାବନା ଥିବା ନେତାମାନଙ୍କୁ ଅଣଦେଖା କରାଯାଇଥିବାରୁ ଶାସକ ବିଜେଡି ଦଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ସହରର ବହୁ ବିଜେଡି ନେତା ଓ କର୍ମୀ ବୁଧବାର ବିଜେଡି ଦଳ ଛାଡି କଂଗ୍ରେସରେ ମିଶିଛନ୍ତି । ଏ ନେଇ ବୁଧବାର କଂଗ୍ରେସ ପକ୍ଷରୁ ସ୍ଥାନୀୟ ପ୍ରେସ କ୍ଲବରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଏହି କର୍ମୀ ମାନେ କଂଗ୍ରେସରେ ମିଶି ଛନ୍ତି । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ପିସିସି ସମ୍ପାଦକ ଚନ୍ଦ୍ର ଶେଖର ପରିଡା, ରଜତ ମହାନ୍ତି, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ସାଂସଦ ରାଧାକାନ୍ତ ଡିଗାଲ, ଯୁବ ନେତା ନନ୍ଦ କିଶୋରଦାସ, ନଗର ସଭାପତି, ଶିବ ଶଙ୍କର ବେହେରା, ଜିଲା ଯୁବ କଂଗ୍ରେସ ସଭାପତି ବସନ୍ତ ପାଢ଼ୀ, ଜିଲ୍ଲା ଛାତ୍ରକଂଗ୍ରେସ ସଭାପତି ଅନୁପମ କହଁର, ଯୁବ ନେତା ତଥା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଞ୍ଜୟ କହଁର, ବରିଷ୍ଠ ନେତା ବିଜୟ ମହାନ୍ତି, ହେମନ୍ତ କର ପ୍ରମୁଖ ବହୁନେତା ପ୍ରମୁଖ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରି ଦଳରେ ମିଶାଇଥିଲେ । ଏମାନେ ମିଶିବା ଫଳରେ ଦଳ ସହରରେ ଅଧିକ ଶକ୍ତିଶାଳୀ ହେବାସହ ପୌର ନିର୍ବାଚନରେ ବିଜୟ ସମ୍ଭାବନାକୁ ଅଧିକ ଦୃଢ଼ କରିଥିବା ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ କହିଛନ୍ତି । ଆଗକୁ ଆହୁରୀ ଅନେକ ବିଜେଡି ଓ ବିଜେପି ନେତା ଓ କର୍ମୀ କଂଗ୍ରେସରେ ସାମିଲ ହେବେ ବୋଲି ସଭାପତି ଶ୍ରୀ ନାୟକ କହିଛନ୍ତି । ତେବେ ବିଜେଡ଼ିର କିଛି ଅସନ୍ତୁଷ୍ଟ ଆଗ ଧାଡ଼ିର ନେତା ଏହି କର୍ମୀ ମାନଙ୍କୁ ପଠାଇଥିବା ଶୁଣିବାକୁ ମିଳୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.