ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସଂସ୍କାର ଭାରତୀ ଭବାନୀପାଟଣା ଶାଖା ତରଫରୁ ଅନଲାଇନ ମାଧ୍ୟମରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।ଅନୁଷ୍ଠାନର ସାହିତ୍ୟ ବିଭାଗ ପ୍ରମୁଖ ନାହେଦା ସାହିନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅଲୋଚିକା ଭାବେ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଗୀତାଞ୍ଜଳି ମହାନ୍ତି, ସୁଦେଷ୍ଣା ପଣ୍ଡା, ବନଶ୍ରୀ ବିଶି, ସେହେଜାଦି ବେଗମ ଓ ଜୟଶ୍ରୀ ଦାସ ପ୍ରମୁଖ ଯୋଗ ଦେଇ ମହିଳା ସଶକ୍ତିକରଣ ଉପରେ ସାମଗ୍ରିକ ବିକାଶୋନ୍ମୁଖୀ ବକ୍ତବ୍ୟ ପ୍ରଦାନ କରିଥିଲେ। କଣ୍ଠଶିଳ୍ପୀ ଲିପ୍ସା ମହାରଣା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। କବି ବନଶ୍ରୀ ଦାସଙ୍କ କବିତା ସଂଯୋଜନାରେ ଚାଳିଶରୁ ଉର୍ଦ୍ଧ୍ବ କବି କବିତା ପାଠ କରିଥିଲେ। ରୀତା ପଟ୍ଟଯୋଶୀ, ଦୀପ୍ତି ମୁଣ୍ଡ, ଲକ୍ଷ୍ମୀପ୍ରିୟା ମହାନ୍ତି, ଲୋପିତା ବାରିକ, ସବିତା ଶତପଥି, ସାକ୍ଷୀ ଅଗ୍ରୱାଲ, ଅଞ୍ଜଳି ପଟ୍ଟନାୟକ, ହନା ଜୋସୁଆ ଓ ପ୍ରତାପ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଆସରରେ ନୂଆକରି ଯୋଡ଼ି ହୋଇଥିବା କବୟିତ୍ରୀ ସମ୍ବାଦ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶିଙ୍କ ଧର୍ମପତ୍ନୀ ବନଶ୍ରୀ ବିଶି ତଥା ଶିକ୍ଷୟିତ୍ରୀ ସହେଜାଦି ବେଗମ ଯୋଗଦାନ କରିଥିଲେ। ଯୁବ କବି ଦକ୍ଷ ସାହୁ ବୈଷୟିକ ସହଯୋଗ କରିଥିଲେ।