ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଗୀତାମୃତ ପଠନ ଓ ଶ୍ରବଣ କାର୍ଯ୍ୟକ୍ରମ
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କର ସଭାପତିତ୍ୱରେ ପରିବାରର ବିଶିଷ୍ଟ ଉପସ୍ଥାପକ ରଞ୍ଜନ କୁମାର ମହାନ୍ତିଙ୍କର ବଳିଷ୍ଠ ଶବ୍ଦ ସଂଯୋଜନାରେ ଏହା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ତଥା ବିଶିଷ୍ଟ ପ୍ରବଚକ, ଆଲୋଚକ ପ୍ରମୋଦ କୁମାର ପଣ୍ଡା ମିଶ୍ରଙ୍କର ଦୀକ୍ଷାନ୍ତ ଅଭିଭାଷଣରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରୀମଦ୍ ଭଗବଦ୍ ଗୀତାର ଦ୍ବିତୀୟ ଅଧ୍ୟାୟ, ସାଂଖ୍ୟଯୋଗର ଏକାଦଶତମ ଶ୍ଲୋକରୁ ବିଂଶତମ ଶ୍ଲୋକ ପର୍ଯ୍ୟନ୍ତ ଦଶଟି ଶ୍ଲୋକର ବ୍ୟାଖ୍ୟା ଶ୍ରବଣ କରି ପ୍ରୀତ ହୋଇଥିଲେ । ରକ୍ତର ସମ୍ପର୍କ ଦୁଃଖ ଦିଏ, ଭକ୍ତର ସମ୍ପର୍କ ସୁଖ ପ୍ରଦାନ କରେ ବୋଲି ପ୍ରବଚକ ମହାଶୟ ସାଙ୍ଖ୍ୟଯୋଗର ଦଶଟି ଶ୍ଲୋକର ମହତ୍ ବ୍ୟାଖ୍ୟାରେ ବର୍ଣ୍ଣନା କରିଥିଲେ । ମୁମ୍ବାଇର ଶ୍ରୀମତୀ ସ୍ନେହ ମିଶ୍ର, କଟକରୁ ପ୍ରଭାତୀରଞ୍ଜନ ମହାନ୍ତି, ଯାଜପୁରରୁ ପ୍ରତିମା ଶତପଥୀ, କଟକରୁ ଗୀତାଞ୍ଜଳି ପୃଷ୍ଟି ଦଶଟି ଶ୍ଲୋକ ପାଠ କରିବା ସହ ଅନ୍ଵୟ ମଧ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ସାରସ୍ଵତ ଗୀତାମୃତ ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ନିଆରା ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପ୍ରଫୁଲ୍ଲ କୁମାର ଦାସ, ବୈଜ୍ଞାନିକ ଅରୁଣ କୁମାର ମହାପାତ୍ର ଚୁମ୍ବକରେ ସାରତତ୍ତ୍ଵ ବର୍ଣ୍ଣନା କରିଥିଲେ । ସଭାପତିଙ୍କ ଅନୁମୋଦନ କ୍ରମେ ସୁନାଫୁଲର ସମ୍ପାଦିକା ନିରୁପମା ପତି ଧନ୍ୟବାଦ ସହ ଶାନ୍ତିପାଠ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।